ମୟୂରାସନ କରି ଶରୀରକୁ ମଜଭୁତ କରନ୍ତୁ, ମାନସିକ ଚିନ୍ତା ଦୂର କରନ୍ତୁ Pramod Behera

ଯୋଗ ହେଉଛି ଭାରତର ଐତିହ୍ୟ ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୁଗ ଯୁଗ ଧରି ଅଭ୍ୟାସ କରାଯାଉଛି। ତାହା ଓଜନ ହ୍ରାସ କରିବା ହେଉ ବା ମନକୁ ଶାନ୍ତ କରିବାକୁ ହେଉ ଯୋଗ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଅନେକ ଯୋଗ ଅଭ୍ୟାସ ସମଗ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ସେଥିମଧ୍ୟରୁ ମୟୂରାସନ ଗୋଟିଏ। ମୟୂରାସନ ଅଭ୍ୟାସ ସମୟରେ ଶରୀରର ସ୍ଥିତିକୁ ମୟୂର ଭଳି ରଖିବାକୁ ହୋଇଥାଏ। ଏହି ଆସନ ଅପେକ୍ଷାକୃତ କଷ୍ଟସାଧ୍ୟ ବୋଲି ବିବେଚନା କରାଯାଏ, ତେଣୁ ଏହା କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ଅଭ୍ୟାସ କରାଯିବା ଉଚିତ।

କିପରି କରିବେ ଅଭ୍ୟାସ:

  • ମୟୂରାସନ ପାଇଁ ସର୍ବପ୍ରଥମେ ଉଭୟ ହାତକୁ ଉଭୟ ଆଣ୍ଠୁ ମଝିରେ ରଖନ୍ତୁ
  • କହୁଣୀକୁ ନାଭିର ମଧ୍ୟଭାଗରେ ରଖନ୍ତୁ
  • ବର୍ତ୍ତମାନ ହାତରେ ସମାନ ଓଜନ ଦେଇ ଧୀରେ ଧୀରେ ଗୋଡକୁ ଉପରକୁ ଉଠାନ୍ତୁ
  • ହାତର ପାପୁଲି ଏବଂ କହୁଣୀ ଉପରେ ସଂପୂର୍ଣ୍ଣ ବଳ ଦେଇ ଆଗକୁ ଝୁଙ୍କନ୍ତୁ
  • ଏହି ଅବସ୍ଥାରେ ଉଭୟ ପାଦ ଉପରେ ରହିବ
  • ଏହି ଅବସ୍ଥାରେ କିଛି ସମୟ ରହି ମୂଳ ଅବସ୍ଥାକୁ ଫେରନ୍ତୁ
  • ଏହାକୁ ଧୀରେ ଧୀରେ ଅଭ୍ୟାସ କରିବାକୁ ଚେଷ୍ଟା କରନ୍ତୁ

ଫଳାଫଳ:

  • ମୟୂରାସନ ଅଭ୍ୟାସ ଦ୍ୱାରା ଅନେକ ଲାଭ ମିଳିଥାଏ। ଏହି ଅଭ୍ୟାସ ଅନେକ ଗମ୍ଭୀର ରୋଗର ଲକ୍ଷଣକୁ ହ୍ରାସ କରିଥାଏ। ଏହି ଅଭ୍ୟାସ ଆପଣଙ୍କ ପେଟ, ଛାତି, ବାହୁ, ଜଙ୍ଘ ଏବଂ ଗୋଡକୁ ମଜଭୁତ କରିଥାଏ
  • ଏହି ଅଭ୍ୟାସ ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ସମସ୍ୟା ହ୍ରାସ କରି ହଜମ ପ୍ରକ୍ରିୟାରେ ଲାଭ ଦିଏ। ଛାତି ଏବଂ ପେଟ ଯନ୍ତ୍ରଣା, ବାନ୍ତି, ଓଜନ ହ୍ରାସ ଏବଂ ଚିନ୍ତାରେ ପୀଡିତ ଲୋକଙ୍କ ପାଇଁ ମୟୂରାସନ ଅଭ୍ୟାସ ଅନେକ ଉପାୟରେ ଲାଭଦାୟକ ହୋଇଥାଏ।


from Latest Odisha News, Breaking News Today | Top Updates on Corona - OTV News https://ift.tt/IpYwzUQ
ମୟୂରାସନ କରି ଶରୀରକୁ ମଜଭୁତ କରନ୍ତୁ, ମାନସିକ ଚିନ୍ତା ଦୂର କରନ୍ତୁ Pramod Behera ମୟୂରାସନ କରି ଶରୀରକୁ ମଜଭୁତ କରନ୍ତୁ, ମାନସିକ ଚିନ୍ତା ଦୂର କରନ୍ତୁ Pramod Behera Reviewed by SUBHENDU BARAL on August 19, 2022 Rating: 5

No comments:

Powered by Blogger.