ଭାରତରେ ରକ୍ଷାବନ୍ଧନକୁ ଧୂମଧାମରେ ପାଳନ କରାଯାଏ। ଏହି ଦିନ ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘର ଉତ୍ସବମୁଖର ହୋଇପଡେ। ଭଉଣୀ ଭାଇର ଶୁଭ ମନାସୀ ରାଖୀ ବାନ୍ଧନ୍ତି। ଏହି ଅବସରରେ ସାରା ଦେଶ ଯେତେବେଳେ ଉତ୍ସବମୁଖର ହୋଇଉଠେ ସେତେବେଳେ ଯେଉଁମାନଙ୍କର ଭଉଣୀ ନଥାଏ ସେମାନେ ନିଜକୁ ଏକାକୀ ଅନୁଭବ କରନ୍ତି।
ତେବେ ଏହା ତ କାହାର ହାତର କଥା ନୁହେଁ। କିନ୍ତୁ ଯଦି ଜଣେ ଚାହେଁ ତେବେ ଯେକୌଣସି ବୟସରେ ବି ନିଜ ପାଇଁ ଭଉଣୀ କିମ୍ବା ଭାଇ ପାଇପାରିବେ। ଏମିତି କହିବାର କାରଣ ହେଉଛି ଜଣେ ପୁଅ ନିଜ ପାଇଁ ଭଉଣୀ ଖୋଜି ପାଇଛନ୍ତି ଯେଉଁଠାରେ ଅନ୍ୟମାନେ ନିଜ ପାଇଁ ଗର୍ଲଫ୍ରେଣ୍ଡ୍ ଖୋଜନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ କାହାଣୀ ଖୁବ ଭାଇରାଲ ହେବାରେ ଲାଗିଛି। ସେଇ ଟିଣ୍ଡର ଆପରେ ନିଜ ପାଇଁ ରାଖୀ ବାନ୍ଧିବା ଭଉଣୀ ଖୋଜି ନେଇଛନ୍ତି। ଆଜିଯାଏ ଏହି ଆପ୍ ବ୍ୟବକାରୀ କେହି ଗର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ୍ ହିଁ ଖୋଜୁଥିଲେ। ସେହି ଡେଟିଂ ଆପ୍ ବ୍ୟବହାର କରି ରକ୍ଷା ବନ୍ଧନ ପାଳିବା ନେଇ ଗୋଟିଏ ନୁହେଁ ଦୁଇ ଭଉଣୀ ପାଇ ଯାଇଛନ୍ତି। ଏହି କାହାଣୀ ଏବେ ଚର୍ଚ୍ଚାର ବିଷୟ ହୋଇଯାଇଛି।
ଏମିତି ହୋଇଛି ମୁମ୍ବାଇରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ପ୍ରସିଦ୍ଧ ଡେଟିଂ ଆପ୍ ଟିଣ୍ଡରରେ ଗର୍ଲଫ୍ରେଣ୍ଡ ଖୋଜିବା ପରିବର୍ତ୍ତେ ସେ ଭଉଣୀ ଖୋଜି ନେଇଛନ୍ତି। ଏହି ବ୍ୟକ୍ତି ରେଡିଟ୍ରେ ତାଙ୍କର ଏହି ନିଆରା କାହାଣୀ ଶେୟାର କରିଛନ୍ତି। ତାଙ୍କ କହିବାନୁସାରେ, ତାଙ୍କର କୌଣସି ଭଉଣୀ ନାହିଁ, ତେଣୁ ସେ ତାଙ୍କ ଜୀବନରେ ଏହି ଦିନ ଭଉଣୀର ଅଭାବକୁ ଅନୁଭବ କରୁଥିଲେ।
ଏହି କାରଣରୁ ସେ ତାଙ୍କ ଟିଣ୍ଡର ବାୟୋରେ ଲେଖିଥିଲେ ଯେ ସେ ରକ୍ଷାବନ୍ଧନ ସମୟରେ ‘ହ୍ୟାଙ୍ଗ୍ଆଉଟ୍’ ପାଇଁ ଏକ ଭଉଣୀ ଖୋଜୁଛନ୍ତି। କେବଳ ଏତିକି ନୁହେଁ, ଟିଣ୍ଡରକୁ ଧନ୍ୟବାଦ ଜଣାଇ ବ୍ୟକ୍ତି ଲେଖିଛନ୍ତି ଯେ ଆପ୍ ହେତୁ ସେ ଭଉଣୀ ମିଳିଗଲା। ବର୍ତ୍ତମାନ ସେ ତାଙ୍କ ଦୁଇ ଭଉଣୀଙ୍କ ସହ ରାଖୀ ପୂର୍ଣ୍ଣିମା ପାଳନ କରିବାକୁ ଅପେକ୍ଷା କରିଛନ୍ତି।
ଏହି ନିଆରା କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକମାନେ ଏହି ଘଟଣାକୁ ଏଇଥିବା ଅଜବ ଭାବୁଛନ୍ତି ଯେ ଯେଉଁ ଆପ୍ରେ ଲୋକେ ନିଜ ପାର୍ଟନର ଖୋଜନ୍ତି ସେହି ଆପ୍ରେ ଭଉଣୀ ଖୋଜିବାର ଏହା ହେଉଛି ପ୍ରଥମ ଘଟଣା। କେତେକ ଲୋକ ଏହାକୁ ନେଇ ସକରାତ୍ମକ ପ୍ରତିକ୍ରିୟା ଦେଉଥିବା ବେଳେ ଆଉ କେତେକ ସେହି ବ୍ୟକ୍ତିଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳେ। କେହି କେହି ତାଙ୍କୁ ଭଉଣୀ ପାଇଥିବାରୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/8dFkPAs
No comments: