ଆଜି ଶପଥ ନେବେ ଜଗଦୀପ ଧନଖଡ : ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ Kanak News

କନକ ବ୍ୟୁରୋ : ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜଗଦୀପ ଧନଖଡ । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ଦିନ ସାଢେ ୧୨ଟାରେ ଉପରାଷ୍ଟ୍ରପତିଙ୍କ ଭାବେ ସେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

କିଛି ଦିନ ତଳେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ବିପୁଳ ବିଜୟ ହାସଲ କରିଥିଲେ । ୫୨୮ ଭୋଟ ସହ ଜଗଦୀପ ଧନଖଡ ବିଜୟୀ ହୋଇଥିଲେ । ସେପଟେ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ମିଳିଥିଲା ମାତ୍ର ୧୨୮ ଖଣ୍ଡ ଭୋଟ୍ । ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୭୨୦ ଭୋଟ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୭୧୦ଟି ଭୋଟକୁ ବୈଧ୍ୟ ଘୋଷଣା କରାଯାଇଥିଲା ବେଳେ ୧୫ ଖଣ୍ଡ ଭୋଟକୁ ନାକଚ କରି ଦିଆଯାଇଥିଲା ।

The post ଆଜି ଶପଥ ନେବେ ଜଗଦୀପ ଧନଖଡ : ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ first appeared on Kanak News.



from Kanak News https://ift.tt/1ENYLZ5 https://ift.tt/s2h1Su6
ଆଜି ଶପଥ ନେବେ ଜଗଦୀପ ଧନଖଡ : ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ Kanak News ଆଜି ଶପଥ ନେବେ ଜଗଦୀପ ଧନଖଡ : ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ Kanak News Reviewed by SUBHENDU BARAL on August 10, 2022 Rating: 5

No comments:

Powered by Blogger.