ଲଗାଣବର୍ଷା ଯୋଗୁଁ ବେହାଲ ପାକିସ୍ତାନ : ବଡ ଧରଣର ବନ୍ୟା ସ୍ଥିତିକୁ ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା Kanak News

କନକ ବ୍ୟୁରୋ : ଲଗାଣବର୍ଷା ଯୋଗୁଁ ବେହାଲ ହୋଇପଡିଛି ପାକିସ୍ତାନ । ଦେଶରେ ଦେଖାଦେଇଛି ବଡ ଧରଣର ବନ୍ୟା ସ୍ଥିତି । ଏହାକୁ ଦେଖି ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି କି ଦେଶରେ ମାନବିକ ସଙ୍କଟ ଦେଖାଦେଇଛି । ଏହି ସମୟରେ ପରସ୍ପରର ସହଯୋଗ ଆବଶ୍ୟକ । ଜୁୁନ ୧୪ରୁ ଏଠାରେ ଆରମ୍ଭ ହୋଇଛି ଏହି ବର୍ଷା ବିତ୍ପାତ ।

ଦକ୍ଷିଣ ପାକିସ୍ଥାନରେ ଏତେ ବର୍ଷା ହୋଇଛି ଯେ ଲକ୍ଷ ଲକ୍ଷ ଲୋକ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି । ମୌସୁମୀ ବର୍ଷା ଯୋଗୁଁ ୩୪୩ ଶିଶୁଙ୍କ ସମେତ ୯୩୭ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୩ କୋଟି ଲୋକ ନିଜ ଘର ହରାଇଛନ୍ତି । ପ୍ରବଳ ବର୍ଷା ପରେ ସରକାର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ମନ୍ତ୍ରୀମାନଙ୍କୁ ଦାନ କରିବାକୁ ଅନୁରୋଧ କରୁଛନ୍ତି ସରକାର । ଅଗଷ୍ଟରେ ପାକିସ୍ତାନରେ ୧୬୬.୮ ମିଲିମିଟର ବର୍ଷା ହୋଇଥିଲା । ଯାହା ହାରାହାରି ଠାରୁ ୨୪୧ ପ୍ରତିଶତ ଅଧିକ ।

ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ କରାଯାଇଛି । ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ମରିୟମ ବିଦେଶରେ ରହୁଥିବା ପାକିସ୍ତାନୀମାନଙ୍କୁ ନିବେଦନ କରି ଦେଶବାସୀଙ୍କୁ ଏହି ସଙ୍କଟରୁ ବାହାରକୁ ଆଣିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି । ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ ଯୋଗାଇବା ପାଇଁ ପାକିସ୍ତାନକୁ ୭୨.୩୬ ବିଲିୟନ ଡଲାର ଆବଶ୍ୟକ ବୋଲି ସରକାର କହିଛନ୍ତି ।

The post ଲଗାଣବର୍ଷା ଯୋଗୁଁ ବେହାଲ ପାକିସ୍ତାନ : ବଡ ଧରଣର ବନ୍ୟା ସ୍ଥିତିକୁ ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା first appeared on Kanak News.



from Kanak News https://ift.tt/FYSPAKG https://ift.tt/kipQrJn
ଲଗାଣବର୍ଷା ଯୋଗୁଁ ବେହାଲ ପାକିସ୍ତାନ : ବଡ ଧରଣର ବନ୍ୟା ସ୍ଥିତିକୁ ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା Kanak News ଲଗାଣବର୍ଷା ଯୋଗୁଁ ବେହାଲ ପାକିସ୍ତାନ : ବଡ ଧରଣର ବନ୍ୟା ସ୍ଥିତିକୁ ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା Kanak News Reviewed by SUBHENDU BARAL on August 26, 2022 Rating: 5

No comments:

Powered by Blogger.