ଆଜି ଦିଲ୍ଲୀରେ ସମସ୍ତ ସାଂସଦଙ୍କୁ ନେଇ ବୈଠକ କରିବ କଂଗ୍ରେସ : ପୁଲିସ ଘେରାବନ୍ଦୀରେ କଂଗ୍ରେସ ଅଫିସ ସମେତ ସୋନିଆ ଗାନ୍ଧୀଙ୍କ ବାସଭବନ Kanak News

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀରେ ଥିବା ୟଙ୍ଗ୍ ଇଣ୍ଡିଆ କାର୍ଯ୍ୟାଳୟକୁ ସିଲ୍ କରିଛି । ଏହାପରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ମୁଖ୍ୟାଳୟ ବାହାରେ ପୋଲିସ କର୍ମୀଙ୍କୁ ଅଧିକରୁ ଅଧିକ ମୁତୟନ କରାଯାଇଛି । ଆଜି କଂଗ୍ରେସର ଏକ ବୈଠକ ଡାକିଛି । ସକାଳ ୯ଟା ୪୫ ମିନିଟରେ ଏହି ବୈଠକ ବସିବ । ଏଥିରେ କଂଗ୍ରେସର ସମସ୍ତ ସାଂସଦ ଉପସ୍ଥିତ ରହିବେ । ଦଳର ଆଗାମୀ ରଣନୀତି କଣ ହେବ ଏବଂ ଇଡିର କାର୍ଯ୍ୟାନୁଷ୍ଠାନ ବାବଦରେ ଆଲୋଚନା ହେବ ବୋଲି ସୂଚନା ରହିଛି ।

ଗତକାଲି ରାତିରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ, ସଲମାନ ଖୁର୍ସିଦ, ମଲ୍ଲିକାର୍ଜନୁ ଖାଡଗେ ଆଦି ନେତା ଏକାଠି ହୋଇ ବୈଠକ କରିଥିଲେ । ଏହାପରେ ଆଜି ସାଂସଦଙ୍କୁ ନେଇ ଦଳ ବୈଠକ କରିବ ବୋଲି ସୂଚନା ମିଳିଥିଲା । ଅନ୍ୟପଟେ ରାହୁଲ ଗାନ୍ଧୀ କର୍ଣ୍ଣାଟକ ଗସ୍ତ ଶେଷ କରି ବିଳମ୍ବିତ ରାତିରେ ଦିଲ୍ଲୀ ପହଞ୍ଚିଛନ୍ତି । ସେପଟେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟ ଏବଂ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଘର ବାହାରେ ପୋଲିସ୍ ମୁତୟନ କରାଯାଇଛି । ଯାହାକୁ ନେଇ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଛି ।

ପାର୍ଟି ଅଫିସକୁ ଘେରାବନ୍ଦୀ କରି ରଖିବା ଭଳି ରଖାଯାଉଛି । କେନ୍ଦ୍ରର ନାଲି ଆଖି ଆଗରେ କଂଗ୍ରେସ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛି । ଇଡି ରେଡ୍ କରୁଥିବାରୁ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ । ତେଣୁ ପୋଲିସ ମୁତୟନ ହୋଇଥିବା ସୂଚନା ରହିଛି । ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରିବାର କିଛି ଦିନ ପରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

The post ଆଜି ଦିଲ୍ଲୀରେ ସମସ୍ତ ସାଂସଦଙ୍କୁ ନେଇ ବୈଠକ କରିବ କଂଗ୍ରେସ : ପୁଲିସ ଘେରାବନ୍ଦୀରେ କଂଗ୍ରେସ ଅଫିସ ସମେତ ସୋନିଆ ଗାନ୍ଧୀଙ୍କ ବାସଭବନ first appeared on Kanak News.



from Kanak News https://ift.tt/iK7yeJc https://ift.tt/bsg9QRT
ଆଜି ଦିଲ୍ଲୀରେ ସମସ୍ତ ସାଂସଦଙ୍କୁ ନେଇ ବୈଠକ କରିବ କଂଗ୍ରେସ : ପୁଲିସ ଘେରାବନ୍ଦୀରେ କଂଗ୍ରେସ ଅଫିସ ସମେତ ସୋନିଆ ଗାନ୍ଧୀଙ୍କ ବାସଭବନ Kanak News ଆଜି ଦିଲ୍ଲୀରେ ସମସ୍ତ ସାଂସଦଙ୍କୁ ନେଇ ବୈଠକ କରିବ କଂଗ୍ରେସ : ପୁଲିସ ଘେରାବନ୍ଦୀରେ କଂଗ୍ରେସ ଅଫିସ ସମେତ ସୋନିଆ ଗାନ୍ଧୀଙ୍କ ବାସଭବନ Kanak News Reviewed by SUBHENDU BARAL on August 03, 2022 Rating: 5

No comments:

Powered by Blogger.