ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶିଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ; ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର Kanak News

କନକ ବ୍ୟୁରୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରୋତ୍ତୋଳନରେ ଭାରତକୁ ମିଳିଛ ସଫଳତା । ଚତୁର୍ଥ ଦିବସରେ ହରଜିନ୍ଦର କୌର ମହିଳାଙ୍କ ୭୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯ରେ ପହଂଚିଛି । ସେହିପରି ଭାରୋତ୍ତୋଳନରେ ଭାରତ ୭ଟି ପଦକ ଜିତି ରେକର୍ଡ କରିଛି । ହରଜିନ୍ଦର ଫାଇନାଲରେ ମୋଟ ୨୧୨ କେଜି ଓଜନ ଉଠାଇଥିଲେ । ସେ ସ୍ନାଚରେ ୯୩ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଭାର ଉଠାଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚତୁର୍ଥ ଦିବସରେ ଭାରତକୁ ଜୁଡୋରେ ଦୁଇଟି ପଦକ ମିଳିଛି । ଜୁଡୋରେ ସୁଶୀଲା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ବିଜୟ କୁମାର ହାସଲ କରିଛନ୍ତି ବ୍ରୋଞ୍ଜ ପଦକ । ମହିଳାଙ୍କ ୪୮ କେଜି ବର୍ଗର ଜୁଡୋ ଫାଇନାଲରେ ସୁଶିଲା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଯେଉଁ କାରଣରୁ ସେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକାର ଜୁଡୋକା ମିଚେଲା ହ୍ୱାଇଟବୁଟ୍ ହରାଇଛନ୍ତି । ସୁଶିଲା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ୪ ଦଶମିକ ୨୫ ମିନିଟରେ ହାରିଛନ୍ତି । ନିର୍ଦ୍ଧାରିତ ୪ ମିନିଟରେ ଦୁଇ ଜୁଡୋ ଖେଳାଳି କୌଣସି ପଏଂଟ ହାସଲ କରିପାରିନଥିଲେ । ତେବେ ହ୍ୱାଇଟବୁଟ୍ ଏହା ପରେ ଗୋଲ୍ଡେନ ପଏଂଟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ ।

ସେହିପରି ଜୁଡୋରେ ଆଉଏକ ପଦକ ଦେଇଛନ୍ତି ବିଜୟ କୁମାର ଯାଦବ । ବିଜୟ ୬୦ କେଜି ରିପିଚେଜ୍ ରାଉଣ୍ଡରେ ସ୍କଟଲାଣ୍ଡର ଡିନଲାନ୍ ମୁନରୋଙ୍କୁ ହରାଇ ବ୍ରୋଞ୍ଜ ପଦକ ମୁକାବିଲାରେ ସ୍ଥାନ ହାସଲ କରିଥିଲେ । ତେବେ ବ୍ରୋଞ୍ଜ ମ୍ୟାଚରେ ଯାଦବ ୧୦-୦ ପଏଂଟରେ ସାଇପ୍ରସର ପେଟ୍ରୋସଙ୍କୁ ପରାସ୍ତ କରିଥିଲେ । ଯାଦବଙ୍କୁ କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆର ଜୋଶୁଆ କାଜ ହରାଇଥିଲେ । କ୍ୱାର୍ଟରରେ ହାରିଥିଲେ ବି ବିଜୟଙ୍କ ପାଇଁ ପଦକ ଆଶା ସଂଚାର ରହିଥିଲା ।

The post ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶିଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ; ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର first appeared on Kanak News.



from Kanak News https://ift.tt/5gmATpd https://ift.tt/gZWpNEv
ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶିଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ; ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର Kanak News ରାଜ୍ୟଗୋଷ୍ଠୀ କ୍ରୀଡ଼ା : ଜୁଡୋରେ ସୁଶିଲାଙ୍କୁ ରୌପ୍ୟ, ବିଜୟଙ୍କୁ ବ୍ରୋଞ୍ଜ; ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର Kanak News Reviewed by SUBHENDU BARAL on August 01, 2022 Rating: 5

No comments:

Powered by Blogger.