ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ସକାଳ ୭ଟାରେ CISF ଯବାନଙ୍କ ସହାୟତାରେ ଇଡି ମୁମ୍ବାଇର Bandup ସ୍ଥିତ ସଞ୍ଜୟଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ୍ କରିଥିଲା। ଦୀର୍ଘ ସମୟ ଧରି ପଚରାଉଚରା ତାଙ୍କୁ ଗିରଫ କରାଯାଇଥିଲା।
ସଞ୍ଜୟଙ୍କ ଘରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଇଡି ଜବତ କରିଛି। ସଞ୍ଜୟଙ୍କ ଘରୁ ଜବତ ହୋଇଥିବା ଏହି ଟଙ୍କା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବୋଲି ସଞ୍ଜୟଙ୍କ ଭାଇ ଦାବି କରିଛନ୍ତି।ସଞ୍ଜୟଙ୍କ ଗିରଫଦାରୀକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ତାଙ୍କ ଭାଇ ଦାୟୀ କରିଛନ୍ତି। ରାଜନୈତିକ ପ୍ରତିଶୋଧରେ ଅକ୍ରୋଶମୂଳକ ଭାବେ ତାଙ୍କୁ ଟାର୍ଗେଟ୍ କରାଯାଉଛି। ସଞ୍ଜୟ ରାଉତ ଶିବସେନା ନେତା ଉଦ୍ଧବ ଠାକ୍ରେଙ୍କ ନିକଟତର ହୋଇଥିବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସଞ୍ଜୟଙ୍କ ଭାଇ କହିଛନ୍ତି।
ଅନ୍ୟପକ୍ଷେ, ସଞ୍ଜୟ ରାଉତଙ୍କ ବିରୋଧରେ ମୁମ୍ବାଇ ପୋଲିସ FIR ମଧ୍ୟ ରୁଜୁ କରିଛି। ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ FIR ରୁଜୁ କରିଛନ୍ତି।ମହିଳାଙ୍କ ବୟାନ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି।
Patra Chawl Land ଦୁର୍ନୀତି ମାମଲାରେ ଦୁଇ ଦୁଇ ଥର ସମନ୍ ସତ୍ତ୍ୱେ ସଞ୍ଜୟ ରାଉତ ଇଡିରେ ହାଜର ନ ହେବାରୁ ଇଡି ତାଙ୍କ ଘରେ ଚଢ଼ଉ କରିଥିଲା। ଦୁର୍ନୀତି ମାମଲାରେ ଟଙ୍କା ହେରଫେର ନେଇ ଇଡି ସଞ୍ଜୟଙ୍କୁ ପଚରାଉଚରା କରିଥିଲା। Patra Chawl Land ଦୁର୍ନୀତି ମାମଲାରେ ସଞ୍ଜୟଙ୍କ ଲିଙ୍କ୍ ଓ ବ୍ୟବସାୟ ତଥା ବିଭିନ୍ନ ଡିଲ୍ରେ ସଞ୍ଜୟଙ୍କ ପତ୍ନୀଙ୍କ ସମ୍ପୃକ୍ତିକୁ ନେଇ ଇଡି ଜେରା କରିଥିଲା।
ଗତ ଜୁଲାଇ ୧ ତାରିଖରେ ୧୦ ଘଣ୍ଟା ଧରି ଇଡି ସଞ୍ଜୟଙ୍କୁ ମାରାଥନ ଜେରା କରିଥିଲା। ଗତ ଏପ୍ରିଲରେ ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କ ୧୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଥିଲା। ସୂଚନାଥାଉ କି, ଗୋରେଗାଓଁ ଅଞ୍ଚଳରେ Patra Chawlର ପୁନଃ ବିକାଶ ପାଇଁ ୧,୦୩୪ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଇଡିର ଖୋଳତାଡ଼ ଜାରି ରହିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/5vrjZHD
No comments: