କିଏ ସେହି ୩ ସିନିୟର, ଯେଉଁମାନଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବିଜେବି କଲେଜ ଛାତ୍ରୀ । ତେବେ ଆତ୍ମହତ୍ୟା ଅଭିଯୋଗ ମାମଲାରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ୩ ସିନିୟରଙ୍କ ମାନସିକ ନିର୍ଯାତନା ସହି ନପାରି ଜୀବନ ହାରୁଥିବା ସୁଇସାଇଡ୍ ନୋଟ୍ରେ ଛାତ୍ରୀ ଜଣକ ଉଲ୍ଲେଖ କରିଛନ୍ତି।
ବିଜେବି କଲେଜର କାରୁବାକି ହଷ୍ଟେଲ ୨୦୧ ନମ୍ବର ରୁମ୍ରୁ ଯୁକ୍ତ ୩ ପ୍ରଥମ ବର୍ଷର ହିଷ୍ଟ୍ରି ଅନର୍ସ ଛାତ୍ରୀ ରୁଚିକା ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହୋଇଥିଲା। ତେବେ ତାଙ୍କର ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେଥିରେ ସେ ଲେଖିଥିଲେ ଯେ, ସମସ୍ତେ ଜାଣନ୍ତି ଆମ କଲେଜରେ ରାଗିଂ ହୁଏନି। କିନ୍ତୁ ସିନିୟର ମୋତେ ହଷ୍ଟେଲ୍ରେ ବଞ୍ଚେଇ ଦେଲେନି। ଯେଉଁ ୩ ସିନିୟର ତାଙ୍କୁ ନିର୍ଯାତନା ଦେଉଥିଲେ ସେମାନଙ୍କ ନାଁ ରୁଚିକା ଉଲ୍ଲେଖ କରି ନାହାନ୍ତି।
ସୁଇସାଇଡ୍ ନୋଟ୍ ମିଳିବା ପରେ ମୃତ ଛାତ୍ରୀଙ୍କ ବାପାମାଆ ବଡ଼ଗଡ଼ ଥାନାରେ ଏତଲା ଦେବା ସହିତ ହଷ୍ଟେଲ୍ରେ ପହଞ୍ଚି ନ୍ୟାୟ ଦାବି କରିଛନ୍ତି। ଏହାପରେ ବିଜେବି କଲେଜ ଫାଟକ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି। ନବନିର୍ମାଣ ଛାତ୍ର ସଂଗଠନ ହୋହାଲ୍ଲା କରିବା ସହିତ ନାରାବାଜି କରିଛନ୍ତି। ଅନ୍ୟପକ୍ଷରେ ଏନେଇ ପୋଲିସ ତଦନ୍ତ ସହିତ କଲେଜ ପକ୍ଷରୁ ଏକ ଆଭ୍ୟନ୍ତରଣୀ କମିଟି ଯାଞ୍ଚ ହେବ ବୋଲି ମଧ୍ୟ ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି।
ସୂଚନାଥାଉ କି, ଗତକାଲି ରୁଚିକାଙ୍କ ରୁମ୍ ମେଟ୍ମାନେ କଲେଜକୁ କ୍ଲାସ୍ ପାଇଁ ଯାଇଥିଲେ ମଧ୍ୟ ରୁଚିକା ସେମାନଙ୍କ ସହ ଯାଇନଥିଲେ। ଏହାର କିଛି ସମୟ ପରେ ରୁମ୍ ଭିତରୁ କବାଟ ବନ୍ଦ କରି ସେ ଫ୍ୟାନ୍ରେ ରଶି ଲଗାଇ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। କଟକ ଫୁଲନଖରାର ରୁଚିକା UPSC ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/VUEgw51
Reviewed by SUBHENDU BARAL
on
July 02, 2022
Rating:
No comments: