ଚାଣକ୍ୟ ନୀତିରେ କେଉଁ ନାରୀଙ୍କ ଠାରୁ ଦୂରେଇ ରହିବା ଉଚିତ Pramod Behera

ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମାନବ ଜୀବନ ସହ ଜଡିତ ସମସ୍ତ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ମାଧ୍ୟମରେ ସଫଳ ଦାମ୍ପତ୍ୟ ଜୀବନ ପାଇଁ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟ ନୀତିରେ ସମ୍ପର୍କରେ ମଧୁରତା ବଜାୟ ରଖିବା ପାଇଁ ସ୍ୱାମୀ ଏବଂ ସ୍ତ୍ରୀ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ ଏବଂ କେଉଁ ଭୁଲରୁ ଦୂରେଇ ରହିବା ଉଚିତ ତାହା କୁହାଯାଇଛି।

ଏହା ବ୍ୟତୀତ ସେ ବ୍ୟକ୍ତିର ପ୍ରକୃତି ଏବଂ ଗୁଣ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାତ୍ରରେ ମହିଳାମାନଙ୍କର କିଛି ପ୍ରକୃତି ବିଷୟରେ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଜଣେ ବ୍ୟକ୍ତି କିଚି ପ୍ରକୃତିର ମହିଳାମାନଙ୍କ ପ୍ରତି ସତର୍କ ରହିବା ଉଚିତ, ନଚେତ୍ ଜୀବନରେ ସବୁକିଛି ନଷ୍ଟ ହୋଇଯାଇପାରେ। ତେବେ ଆସନ୍ତୁ ଜାଣିବା ସେହି ପ୍ରକୃତି ବିଷୟରେ...

ସଂସ୍କାର:
ଚାଣକ୍ୟ ନୀତିରେ ମହିଳାଙ୍କ ସଂସ୍କାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚାଣକ୍ୟ ନୀତିଶାସ୍ତ୍ରରେ ଲେଖିଛନ୍ତି ଯେ ଭଲ ସଂସ୍କାର ଥିବା ଜଣେ ମହିଳା ଘରକୁ ସ୍ୱର୍ଗ କରିଦିଏ। ସେ ନିଜ ସ୍ୱାମୀ ଏବଂ ପରିବାରର ଯତ୍ନ ନିଅନ୍ତି। ଅନ୍ୟପକ୍ଷରେ, ଯେଉଁ ମହିଳାଙ୍କର ସଂସ୍କାର ଭଲ ନୁହେଁ, ସେ ସବୁକିଛି ନଷ୍ଟ କରିଦିଏ।

ସୌନ୍ଦର୍ଯ୍ୟ ସବୁକିଛି ନୁହେଁ:
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମହିଳାଙ୍କ ସୌନ୍ଦର୍ଯ୍ୟ ସବୁକିଛି ନୁହେଁ। ଯଦି ଜଣେ ପୁରୁଷ ନାରୀର କେବଳ ସୌନ୍ଦର୍ଯ୍ୟକୁ ଦେଖେ, ତାକୁ ନେଇ ପରଖେ ଏବଂ ତାକୁ ବିବାହ କରେ, ତେବେ ଏ ସମଗ୍ର ଦୁନିଆରେ ତାଙ୍କଠାରୁ ଅଧିକ ମୂର୍ଖ କେହି ନାହାଁନ୍ତି। ତେଣୁ ବିବାହ ପାଇଁ, ନାରୀର ସୌନ୍ଦର୍ଯ୍ୟ ପରିବର୍ତ୍ତେ ତା’ର ସଂସ୍କାର, ପ୍ରକୃତି, ଲକ୍ଷଣ, ଚରିତ୍ର ଆଦି ବିଷୟରେ ଜାଣିବା ଉଚିତ।

ସଂସ୍କାରୀ ମହିଳା:
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ଜଣେ ମହିଳା ସୁନ୍ଦର ନୁହେଁ, କିନ୍ତୁ ତାଙ୍କର ସଂସ୍କାର ଭଲ, ତେବେ ଜଣେ ପୁରୁଷ ତାକୁ ବିବାହ କରିନେବା ଉଚିତ। କାରଣ ଏହା ହେଉଛି ସେହି ମହିଳା ଯିଏ ତା’ର ଭବିଷ୍ୟତକୁ ଖୁସି କରିବ। ଏପରି ମହିଳା ଏକ ଶେଷ୍ଠ ପରିବାର ଦେବ।

ମନର ସୌନ୍ଦର୍ଯ୍ୟ:
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ନାରୀ ଦେହର ସୌନ୍ଦର୍ଯ୍ୟ ନୁହେଁ ମନର ସୌନ୍ଦର୍ଯ୍ୟକୁ ଦେଖାଯିବା ଉଚିତ। ଜଣେ ମହିଳା ମନରେ ସୁନ୍ଦର ନୁହେଁ ତା’ ଯୋଗୁ କେବଳ ପରିବାର ନୁହେଁ ବରଂ ସମ୍ପର୍କ ଭାଙ୍ଗିଯାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Szf5jnN
ଚାଣକ୍ୟ ନୀତିରେ କେଉଁ ନାରୀଙ୍କ ଠାରୁ ଦୂରେଇ ରହିବା ଉଚିତ Pramod Behera ଚାଣକ୍ୟ ନୀତିରେ କେଉଁ ନାରୀଙ୍କ ଠାରୁ ଦୂରେଇ ରହିବା ଉଚିତ Pramod Behera Reviewed by SUBHENDU BARAL on July 08, 2022 Rating: 5

No comments:

Powered by Blogger.