ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର Pramod Behera

ପ୍ରକୃତି ମଧ୍ୟ ବେଳେ ବେଳେ ନିଆରା ଖେଳ ଦେଖାଏ। ଯେତେବେଳେ ମୁଣ୍ଡ ଉପରେ ମା’ର ହାତ ଉଠିଯାଏ, ପ୍ରକୃତି ସେତେବେଳେ କାହାକୁ ବାପା କରି ପଠେଇଦିଏ। ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳେ। ତାହା ପୁଣି ମଣିଷମାନଙ୍କ କ୍ଷେତ୍ରରେ ନୁହେଁ, ବରଂ ପଶୁମାନଙ୍କ କ୍ଷେତ୍ରରେ, ତାହା ପୁଣି ଦୁଇଟି ଭିନ୍ନ ପ୍ରଜାତି ମଧ୍ୟରେ। କେମିତି ଜଣେ ଜଣଙ୍କ ପ୍ରତି ଦୟା ଦେଖା ତାହା ଏହି ପଶୁମାନଙ୍କ ଠାରୁ ଶିଖିବାକୁ ମିଳେ।

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଏହାକୁ ପସନ୍ଦ କରୁଛନ୍ତି। କଥା ହେଉଛି ଏକ କୁକୁର ଆଉ ବତକଙ୍କ ବିଷୟରେ। କିପରି ଏକ କୁକୁର ବତକଙ୍କ ପ୍ରତି ପିତୃ ସ୍ନେହ ଦେଉଛି ତାହା ଏହି ଭିଡିଓରୁ ଦେଖାଯାଏ।

ସାଧାରଣତଃ ନିଜ ପିଲାମାନଙ୍କର ଯତ୍ନ ନେବା ଏବଂ ଅନ୍ୟର ପିଲାମାନଙ୍କ ପାଇଁ ସାହାରା ହେବା ନିଶ୍ଚିତ ଏକ ଭିନ୍ନ ଏବଂ ବଡ କଥା। କିନ୍ତୁ ୱାଇଲ୍ଡ ଲାଇଫ୍ ଭାଇରାଲ୍ ସିରିଜ୍‌ରେ ସେହି କୁକୁରକୁ ଦେଖି ଆପଣ ନିଶ୍ଚିତ ହେବେ ଯେ ପ୍ରକୃତି କାହା ପ୍ରତି ଅନ୍ୟାୟ କରେ ନାହିଁ। ଗୋଟିଏ କବାଟ ବନ୍ଦ ହେବା ମାତ୍ରେ ଅନ୍ୟଟି ଆପେ ଖୋଲିଯାଏ। କୁକୁରର ଉଦାରତାର ଏହି ଭିଡିଓକୁ ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି। ଏଥିରେ ଏକ ଲାବ୍ରାଡୋର କୁକୁର କେତେକ ବତକଙ୍କୁ ଘେରି ରହିଛି। ଏବଂ ସେ ସମସ୍ତଙ୍କ ସାହାରା ହୋଇ ଏକ ବାପାର ଭୂମିକା ନିଭାଇଛି।

ଏହି ଅନାଥ ବତକମାନେ ପ୍ରଥମେ ଯେତେବେଳେ ଫ୍ରେଡ୍‌ ନାମକ ଏକ କୁକୁର ପାଖଙ୍କୁ ଆସିଲେ ସେମାନେ ତାକୁ ନିଜ ଅଭିଭାବକ ବୋଲି ମାନିନେଲେ। ଏହା ପରେ ସେମାନେ ଆଉ କାହା ପାଖକୁ ଯାଇ ନାହାନ୍ରି କି ଆଉ କାହାରା ସାହାରା ନେଇ ନାହାନ୍ତି। ଏହି ବତକମାନେ କୁକୁରକୁ ସେମାନଙ୍କ ବାପା ବୋଲି ଭାବି ନେଇଛନ୍ତି। ସେମାନେ ପିଲାମାନଙ୍କ ପରି, କେତେବେଳେ ଉପରକୁ ତ ପୁଣି କେତେବେଳେ ତଳକୁ, କେବେ ମୁହଁରେ ଏବଂ କେବେ ପିଠିରେ ଚଢି ମଜା କରୁଥିବା ଦେଖାଯାଏ।

ଏହି କାହାଣୀଟି ବ୍ରିଟେନ୍‌ରେ ରହୁଥିବା ୧୫ ବର୍ଷୀୟ ଫ୍ରେଡ୍‌ ବିଷୟରେ, ଯିଏ ପ୍ରଥମେ ୨୦୧୮ରେ ଏବଂ ପରେ ୨୦୧୯ରେ ଏହି ଦୁଇଟି ଭିନ୍ନ ଅନାଥ ପ୍ରଜାତିଙ୍କୁ ସାହାଯ୍ୟ କରି ସେମାନଙ୍କ ଜୀବନ ବଞ୍ଚାଇଥିଲା।

ଏସେକ୍ସର ମାଉଣ୍ଟଫିଚେଟ୍‌ ଦୁର୍ଗରେ ମାଲିକ ଜେରେମି ସ୍ମିଥଙ୍କ ସହ ରହୁଥିବା ଫ୍ରେଡ୍‌ ଶିଶୁ ବତକମାନଙ୍କର ଦାୟିତ୍ୱ ସେତେବେଳେ ନେଇଥିଲା ଯେତେବେଳେ ସେମାନେ ଏକୁଟିଆ ବୁଲୁଥିଲେ। ଏହି ବତକମାନଙ୍କ ମାଆ ହଜି ଯାଇଥିଲା ଏବଂ ସେମାନେ ଅନ୍ୟ କାହାର ସାହାରା ଖୋଜୁଥିଲେ। ଫ୍ରେଡ୍ ମାଲିକ ସବୁ ବତକମାନଙ୍କୁ ସାଙ୍ଗରେ ଆଣିଥିଲେ। ଏହା ପରେ ବତକମାନଙ୍କର ପିତାମାତା ଭାବରେ ଫ୍ରେଡ୍‌କୁ ଦାୟିତ୍ୱ ଦେଇଥିଲେ। ପରେ ଜେରେମି ଫେସ୍‌ବୁକ୍ ମାଧ୍ୟମରେ ଏହି କାହାଣୀ ଏବଂ ଫଟୋ ଶେୟାର କରିଥିଲେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/J4Rh5i8
ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର Pramod Behera ଅନାଥ ବତକଙ୍କ ବାପା ହୋଇ ସାହାରା ହେଲା କୁକୁର Pramod Behera Reviewed by SUBHENDU BARAL on July 19, 2022 Rating: 5

No comments:

Powered by Blogger.