ଏହି ପୃଥିବୀରେ ବାସ କରୁଥିବା ସମସ୍ତେ ମଣିଷ। ସେ ହିନ୍ଦୁ ହୁଅନ୍ତୁ କି ମୁସଲମାନ, ସମସ୍ତେ ଏକ। ଯଦିଓ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଦୁଇ ଧର୍ମ ମଧ୍ୟରେ ବିବାଦ ଏବଂ ପାରସ୍ପରିକ ଶତ୍ରୁତା ତିଆରି କରୁଛନ୍ତି, କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ଭାଇଚାରାକୁ ବଞ୍ଚାଇ ରଖିଛନ୍ତି। ବିହାରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ମୁସଲମାନ ପରିବାର ଜଣେ ହିନ୍ଦୁ ବୃଦ୍ଧଙ୍କ ଶେଷକୃତ୍ୟ କରି ପ୍ରମାଣିତ କରିଛନ୍ତି ଯେ ମାନବିକତା ଠାରୁ ବଡ଼ ଧର୍ମ ଆଉ କିଛି ନାହିଁ।
ରିପୋର୍ଟ ଅନୁଯାୟୀ, ପାଟନାରେ ମୃତକ ରାମଦେବ ଶାହ ଗତ ୨୫ ବର୍ଷ ଧରି ମହମ୍ମଦ ରିଜୱାନଙ୍କ ଦୋକାନରେ କାମ କରୁଥିଲେ। ରିଜୱାନଙ୍କ ପାଇଁ ରାମଦେବ ଏକ ପରିବାର ସଦସ୍ୟ ପରି ଥିଲେ। ଏନେଇ ତାଙ୍କର ଶେଷକୃତ୍ୟ ହିନ୍ଦୁ ରୀତିନୀତି ଅନୁଯାୟୀ ହୋଇଥିବା ବେଳେ ରିଜୱାନଙ୍କ ପରିବାର ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ରାମଦେବଙ୍କ ମୃତ୍ୟୁ ପରେ ମହମ୍ମଦ ରିଜୱାନ୍ ଏବଂ ତାଙ୍କ ପରିବାର ହିନ୍ଦୁ ରୀତିନୀତି ଅନୁଯାୟୀ ଶେଷକୃତ୍ୟ କରୁଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଶେଷ ଯାତ୍ରା ସମୟରେ ‘ରାମ-ନାମ ସତ୍ୟ ହେ’ ମଧ୍ୟ କୁହାଯାଉଛି।
ये ही है मेरे देश की गंगा जमना तहजीब जिसे चन्द पत्रकारों और सत्ता की लालसा के लिए फर्जी राष्ट्रवादी नेताओं ने खराब किया है वर्ना मेरे मुल्क जैसा इस दुनिया मे कोई और मुल्क नही है।
— Vikas Bansal (@INCBANSAL) July 3, 2022
बिहार में दिखी इंसानियत की मिसाल, मुस्लिम परिवार ने किया हिंदू बुज़ुर्ग का अंतिम संस्कार pic.twitter.com/vg1nd4gVtR
ଏକ ରିପୋର୍ଟ ଅନୁଯାୟୀ, ୨୫ ବର୍ଷ ପୂର୍ବେ ରାମଦେବ ଏଣେତେଣେ ବୁଲି ମହମ୍ମଦ ରିଜୱାନଙ୍କ ଦୋକାନରେ ଆସି ପହଞ୍ଚିଥିଲେ। ସେ ରାମଦେବଙ୍କୁ ତାଙ୍କ ଦୋକାନରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ। ରାମଦେବ ରିଜୱାନଙ୍କ ଦୋକାନରେ ରହି ଆକାଉଣ୍ଟ କାମ ଦେଖୁଥିଲେ। ୭୫ ବର୍ଷ ବୟସରେ ରାମଦେବଙ୍କ ମୃତ୍ୟୁ ହୋଇଥିଲା। ରିଜୱାନ୍ ଏବଂ ତାଙ୍କ ପରିବାର ମିଶି ରାମଦେବଙ୍କ ଶେଷକୃତ୍ୟ ହିନ୍ଦୁ ରୀତିନୀତି ଅନୁସାରେ କରିଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/SxTIQi7
No comments: