ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ : ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା Kanak News

କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପରିଚାଳନା କମିଟି ଦ୍ୱାରା ଅନୁମୋଦନ ପରେ ପରୀକ୍ଷା ଫଳ ପ୍ରକାଶ କରିବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା । ଦିନ ୨ଟା ପରେ ଦୁଇଟି ୱେବସାଇଟରେ ଲଗ ଇନ କରି ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ ।

ପରୀକ୍ଷାଫଳ ବୋର୍ଡ ୱେବ୍‌ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍‌ଧ ହେବ। ଇଣ୍ଟରନେଟ୍ ସଂଯୋଗ ନ ଥିବା ଅଞ୍ଚଳରେ ଏସ୍‌ଏମ୍ଏସ୍ ଜରିଆରେ ଫଳାଫଳ ଜାଣିହେବ। ପରୀକ୍ଷାର୍ଥୀମାନେ OR10<Roll No> ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏସ୍ଏମ୍ଏସ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରି‌ବେ।

କରୋନା ଯୋଗୁଁ ଦୁଇ ବର୍ଷ ପରେ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏଥର ନୂଆ ଢାଞ୍ଚାରେ ହୋଇଥିଲା ମାଟ୍ରିକ ପରୀକ୍ଷା । ସମେଟିଭ-୧ ଏବଂ ସମେଟିଭ-୨ ଏଭଳି ୨ଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରିଥିଲା ।

The post ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ : ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା first appeared on Kanak News.



from Kanak News https://ift.tt/817x3Sp https://ift.tt/0y1QheO
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ : ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା Kanak News ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ : ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୨୮ ହଜାର ପିଲା Kanak News Reviewed by SUBHENDU BARAL on July 05, 2022 Rating: 5

No comments:

Powered by Blogger.