ହୃଦଘାତରୁ ବି ବଞ୍ଚେଇ ଦେବ ଏହି ଯୋଗାସନ Pramod Behera

ଯୋଗ କେବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ବରଂ ଏହାର ଅଭ୍ୟାସ କରି ଅନେକ ଗମ୍ଭୀର ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଉଚ୍ଚ ରକ୍ତଚାପର ବିପଦକୁ କମାଇବାଠାରୁ ଆରମ୍ଭ କରି ଉତ୍ତମ ରକ୍ତ ସଂଚାଳନ ଦିଗରେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ହୃଦ୍‌ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଜଣାଶୁଣା। କିନ୍ତୁ ଯୋଗାସନ ଆପଣଙ୍କ ଭିତରେ ଏହି ସମସ୍ୟାର ବିପଦକୁ ବହୁ ପରିମାଣରେ ହ୍ରାସ କରିଥାଏ। ଯୋଗ ଅଭ୍ୟାସ ହୃଦସ୍ପନ୍ଦନକୁ ସନ୍ତୁଳନ କରିଥାଏ। ଏହା ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍‌ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଫଳରେ ହୃଦଘାତର ଆଶଙ୍କା କମିଯାଏ। ତେବେ ଆସନ୍ତୁ ଜାଣିବା ନିତ୍ୟକର୍ମରେ କେଉଁ କେଉଁ ଯୋଗାସନ ଅନ୍ତର୍ଭୁକ୍ତ କରିବା ଜରୁରୀ।

ଉଦ୍ଭିଦ ଭିତ୍ତିକ ଖାଦ୍ୟ ଖାଇବା, ଯୋଗ ବ୍ୟାୟାମ ଅଭ୍ୟାସ କରିବା ଦ୍ୱାରା ଧମନୀ ଅବରୋଧ ହେବାର ଆଶଙ୍କା କମିଯାଏ। ଧମନୀ ଅବରୋଧ ହେତୁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ନିୟମିତ ଯୋଗ ଅଭ୍ୟାସ ହୃଦୟର କାମକୁ ସହଜ କରିଥାଏ।

ସବୁଠାରୁ ଉପକାରୀ ପ୍ରାଣାୟାମ:

ଯେଉଁମାନେ ପ୍ରତିଦିନ ପ୍ରାଣାୟାମ ଅଭ୍ୟାସ କରନ୍ତି, ଅନେକ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା କମିଯାଏ। ଯେଉଁମାନେ କପାଳଭାତି ଅଭ୍ୟାସ କରନ୍ତି ସେମାନକଙ୍କ କ୍ଷେତ୍ରରେ ହୃଦଘାତ ହେବାର ଆଶଙ୍କା କମ୍ ହୋଇଯାଏ। ମନକୁ ଶାନ୍ତ ରଖିବା ସହିତ, ଏହି ଅଭ୍ୟାସ ଥାଇରଏଡ୍‌ ସମସ୍ୟାକୁ ମଧ୍ୟ ଦୂର କରିବାରେ ଫଳପ୍ରଦ ହୋଇଥାଏ। କପାଳଭାତି ଅଭ୍ୟାସ ହୃଦୟ ସହିତ ଫୁସ୍‌ଫୁସ୍‌ ପାଇଁ ମଧ୍ୟ ସହାୟକ ହୋଇପାରେ।

ଯୋଗାସନର ଉପକାରିତା:

ଯେଉଁମାନେ ତ୍ରିକୋଣାସନ, ଅର୍ଦ୍ଧମୁଖ ଶବାଶନ ଶବାସନ, ମାର୍ଜାରୀ ଆସନା, ଭୁଜଙ୍ଗାସନ ଏବଂ ବୃକ୍ଷାସନ ଭଳି ଯୋଗ ଅଭ୍ୟାସ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ହୃଦଘାତ ଏବଂ ଧମନୀ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ୍ ଥିବା ଜଣାପଡିଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/usnAp4Z
ହୃଦଘାତରୁ ବି ବଞ୍ଚେଇ ଦେବ ଏହି ଯୋଗାସନ Pramod Behera ହୃଦଘାତରୁ ବି ବଞ୍ଚେଇ ଦେବ ଏହି ଯୋଗାସନ Pramod Behera Reviewed by SUBHENDU BARAL on July 05, 2022 Rating: 5

No comments:

Powered by Blogger.