Breaking News: ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା Satyendu Shekher Mishra

ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍‌ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଆଙ୍କ ସହ ରହୁଥିଲେ । ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି । କିଛି ଦିନ ତଳେ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜେରାର ସମ୍ମୁଖିନ ହୋଇଥିଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ।



from Latest Odisha News, Breaking News Today | Top Updates on Corona - OTV News https://ift.tt/1CPSz0d
Breaking News: ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା Satyendu Shekher Mishra Breaking News: ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା Satyendu Shekher Mishra Reviewed by SUBHENDU BARAL on July 05, 2022 Rating: 5

No comments:

Powered by Blogger.