ଯୋଗାସନ ଅଭ୍ୟାସ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରଭାବଶାଳୀ ହୋଇଥିବା ବେଳେ ଏହା ଶରୀରକୁ ନମନୀୟ କରିବା ସହିତ ଚାପରୁ ମୁକ୍ତି ଦିଏ। ଶରୀରର ହରମୋନ୍କୁ ସନ୍ତୁଳନ କରିବାରେ ଯୋଗାସନ ଅତ୍ୟନ୍ତ ଉପକାରୀ। ଶରୀରର ଥାଇରଏଡ୍ ଗ୍ଲାଣ୍ଡ୍ ମଧ୍ୟ ଶରୀର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ସମସ୍ୟା ଅନେକ ଶାରିରୀକ କ୍ଷତି ଆଣିଥାଏ। ତେଣୁ ଥାଇରଏଡ୍ ସମସ୍ୟାକୁ ଠିକ କରିବାରେ ଯୋଗ ଅତ୍ୟନ୍ତ ଉପକାରୀ ହୋଇଥାଏ।
ତେବେ ଆସନ୍ତୁ ଜାଣିବା ଯେ ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବାରେ ଏବଂ ଏହା ଦ୍ୱାରା ଝରୁଥିବା ହରମୋନ୍ର କାର୍ଯ୍ୟକୁ ଠିକ୍ କରିବାରେ କେଉଁ ସବୁ ଯୋଗାସନର ଅଭ୍ୟାସ ବିଶେଷ ଲାଭଦାୟକ ହୋଇପାରେ?
ସର୍ଭାଙ୍ଗସନ:
ସର୍ଭାଙ୍ଗସନର ନିୟମିତ ଅଭ୍ୟାସ ଗୋଡ ଓ କାନ୍ଧକୁ ମଜଭୁତ କରିବା ସହ, ବେକର ଅତିରିକ୍ତ ଯନ୍ତ୍ରଣା ଦୂର କରିବା ଏବଂ ଥାଇରଏଡ୍ ଏବଂ ପେଟର ଅଙ୍ଗକୁ ସକ୍ରିୟ କରିଥାଏ। ଚାପରୁ ମୁକ୍ତି ସହିତ, ଏହି ଯୋଗ ଅଭ୍ୟାସ ମେନୋପାଜ୍ ସହିତ ଜଡିତ ଜଟିଳତାକୁ ହ୍ରାସ କରିବାରେ ମଧ୍ୟ ଲାଭଦାୟକ ହୋଇଥାଏ।
ମତ୍ସ୍ୟାସନ:
ମତ୍ସ୍ୟାସନର ଅଭ୍ୟାସ ଛାତି, ଆବ୍ସ, ପିଚା ଏବଂ ବେକ ସମେତ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଷ୍ଟ୍ରେଚ୍ କରିବା ଠାରୁ ହର୍ମୋନ୍ର ସନ୍ତୁଳନକୁ ସୁଦୃଢ କରିବାରେ ସହାୟକ ହୋଇଥାଏ। ବେକ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଏହା ଏକ ପ୍ରଭାବଶାଳୀ ଯୋଗ ଅଭ୍ୟାସ। ବେକରେ ଥିବା ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିବା ସହିତ ଏହା କାନ୍ଧ ଏବଂ ମସ୍ତିଷ୍କ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ।
ଉଷ୍ଟ୍ରାସନ:
କାନ୍ଧ ଓ ପିଠିକୁ ଷ୍ଟ୍ରେଚିଂ ଓ ମଜଭୁତ କରିବା ସହିୟ ଛାତିକୁ ଖୋଲି ଶ୍ୱାସକ୍ରିୟା ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ପାଇଁ ଉଷ୍ଟ୍ରାସନ ଅତ୍ୟନ୍ତ ଉପକାରୀ। ଏହା ବେକକୁ ଷ୍ଟ୍ରେଚିଂ କରିବା ସହିତ ରକ୍ତ ସଞ୍ଚାଳନ ବୃଦ୍ଧି କରି ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରେ। ଏହି ଯୋଗର ନିୟମିତ ଅଭ୍ୟାସ ମଧ୍ୟ ପିଠି ଯନ୍ତ୍ରଣାରୁ ମୁକ୍ତି କରେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/bFwmBR7
No comments: