ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି ଗୋଟାବାୟା ରାଜପକ୍ସେ । ଆସନ୍ତା ୧୩ ତାରିଖରେ ସେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ଶ୍ରୀଲଙ୍କା ବାଚସ୍ପତି ଏ ସମ୍ପର୍କରେ ସୂଚନା ଦେଇଥିବା ଶ୍ରୀଲଙ୍କା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଶ୍ରୀଲଙ୍କାର ଆର୍ଥିକ ସଂକଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ଗତ ମାର୍ଚ୍ଚରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଇସ୍ତଫା ଦାବି କରିଆସୁଥିଲେ । ବିରୋଧୀ ମାସ ମାସର ଆନ୍ଦୋଳନ ପରେ ବି ସେ ଗାଦି ନଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ । ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ ।
ଏହାପରେ ଗୋଟାବାୟାଙ୍କ ସରକାରୀ ବାସଭବନକୁ ହଜାର ହଜାର ଲୋକ ଧସେଇ ପଶିଥିଲେ । ପ୍ରେସିଡେନ୍ସିଆଲ୍ ପ୍ୟାଲେସ୍ ସୁଇମିଂ ପୁଲ୍ରେ ଗାଧୋଇଥିଲେ, ରୋଷେଇ ଘରେ ରାନ୍ଧିବା ସହ ବେଡ୍ରୁମ୍ରେ ଶୋଇ ସେଲ୍ଫି ମଧ୍ୟ ନେଇଥିଲେ ।
from Latest Odisha News, Breaking News Today | Top Updates on Corona - OTV News https://ift.tt/fqKsW2i
ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନୈତିକ ସଂକଟ; ୧୩ ରେ ଇସ୍ତଫା ଦେବେ ଗୋଟାବାୟା Otv Khabar Bureau
Reviewed by SUBHENDU BARAL
on
July 09, 2022
Rating:
No comments: