ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ : ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ Kanak News

କନକ ବ୍ୟୁରୋ : ବର୍ମିଂହାମରେ ଖେଳଯାଇବଥିବା ଦ୍ୱିତୀୟ ଟି-୨୦କୁ ୪୯ରେ ଜିତିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୭୦ ରନ କରିଥିଲା । ଅଧିନାୟକ ରୋହିତ ଶର୍ମା ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରି ୨୦ ବଲରୁ ୩ଟି ଚୌକା ଓ ୨ଟ ଛକା ସହ ୩୧ ରନର ଇନିଙ୍ଗସ୍ ଖେଳିଥିଲେ । ସେହିପରି ରିଷଭ ପନ୍ତ ୧୫ ବଲରୁ ୪ ଚୌକା ଓ ଗୋଟିଏ ଛକା ସହ ୨୬ ରନ୍ କରିଥିଲେ । ହେଲେ ବିରାଟ କୋହଲି ପୁଣି ଥରେ ବିଫଳ ହୋଇ କେବଳ ଗୋଟିଏ ରନ୍ କରିପାରିଥିଲେ ।

ତେବେ ଶେଷବେଳକୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଜାଡ଼େଜା ୨୯ ରନରୁ ୪୬ ରନ୍ କରି ଅପରାଜିତ ରହିଥିଲେ । ଫଳରେ ୨୦ ଓଭରରେ ଟିମ୍ ଇଣ୍ଡିଆ ୮ ୱିକେଟ ହରାଇ ୧୭୦ ରନର ସ୍କୋର କରିଥିଲା । ଟାର୍ଗେଟର ପିଛା କରି ପ୍ରଥମରୁ ୱିକେଟ ହରାଇଥିଲା ଇଂଲଣ୍ଡ । ପୁଣି ଥରେ ବୋଲିଂରେ କରିସ୍ମା ଦେଖାଇଛନ୍ତି ଭୁବନେଶ୍ୱର କୁମାର । ଭାରତ ପକ୍ଷରୁ ପ୍ରଥମେ ବୋଲିଂ କରିବାକୁ ଆସିଥିବା ଭୁବନେଶ୍ୱରଙ୍କ ପ୍ରଥମ ବଲରେ ହିଁ ଇଂଲଣ୍ଡର ଓପନର ଜାସନ ରୟ ଆଉଟ ହୋଇଯାଇଥିଲେ ।

ସବୁ ୱିକେଟ ହରାଇ ଇଂଲଣ୍ଡ କେବଳ ୧୨୧ ରନ୍ କରିପାରିଥିଲା । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆର ଏହା ୧୪ତମ ବିଜୟ । ଏହାସହ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ ହାତେଇ ନେଇଛି ଭାରତ ।

The post ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ : ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ first appeared on Kanak News.



from Kanak News https://ift.tt/J2XfpAI https://ift.tt/JhoAw9i
ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ : ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ Kanak News ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ : ଦ୍ୱିତୀୟ ଟି-୨୦କୁ ୪୯ ରନରେ ଜିତି ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ Kanak News Reviewed by SUBHENDU BARAL on July 09, 2022 Rating: 5

No comments:

Powered by Blogger.