ଚିନ୍ତା ବଢ଼ାଉଛି କାଶୀପୁରରେ ଝାଡ଼ାବାନ୍ତି : ହଇଜା ବୋଲି କହିଲେ ଜିଲ୍ଲାପାଳ; ହେଲଫଲାଇନ ନମ୍ବର ଜାରି Kanak News

କନକ ବ୍ୟୁରୋ : କାଶୀପୁରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । କାଶୀପୁର, ଟିକିରି ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ନମୂନା ଆରଏମଆରସିକୁ ପଠାଯାଇଥିଲା । ରିପୋର୍ଟରେ ହଇଜା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ୱାଧାଦେବ ସିଂହ ।

ସେପଟେ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ଦୂଷିତ ପାଣି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂପୃକ୍ତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । କାଶିପୁର ଅଂଚଳରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ । ସେହିପରି ଲୋକଙ୍କ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ହେଲଫଲାଇନ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ୯୪୩୭୪-୪୮୭୪୭ ନମ୍ବରରେ ଫୋନ କରି ସବୁ ପ୍ରକାର ଚିକିତ୍ସା ସୁବିଧା ଓ ଆମ୍ବୁଲାନ୍ସ ପାଇଁ, ଯୋଗାଯୋଗ କରିପାରିବେ ।

ବର୍ତ୍ତମାନ ସୁଦ୍ଧା ୭୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଝାଡାବାନ୍ତିରେ ୭ ଜଣ ପ୍ରାଣ ହରାଇଛନ୍ତି । ୨୦୦୭ ମସିହାରେ କାଶିପୁର ଅଂଚଳରେ ହଇଜାରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ତେଣୁ ପ୍ରଶାସନ ପକ୍ଷରୁ ମୃତ୍ୟୁ ସଂଖ୍ୟା ରୋକିବା ଉପରେ ଜୋର ଦିଆଯାଉଛି ।

The post ଚିନ୍ତା ବଢ଼ାଉଛି କାଶୀପୁରରେ ଝାଡ଼ାବାନ୍ତି : ହଇଜା ବୋଲି କହିଲେ ଜିଲ୍ଲାପାଳ; ହେଲଫଲାଇନ ନମ୍ବର ଜାରି first appeared on Kanak News.



from Kanak News https://ift.tt/u3mhf1A https://ift.tt/VfnTdR5
ଚିନ୍ତା ବଢ଼ାଉଛି କାଶୀପୁରରେ ଝାଡ଼ାବାନ୍ତି : ହଇଜା ବୋଲି କହିଲେ ଜିଲ୍ଲାପାଳ; ହେଲଫଲାଇନ ନମ୍ବର ଜାରି Kanak News ଚିନ୍ତା ବଢ଼ାଉଛି କାଶୀପୁରରେ ଝାଡ଼ାବାନ୍ତି : ହଇଜା ବୋଲି କହିଲେ ଜିଲ୍ଲାପାଳ; ହେଲଫଲାଇନ ନମ୍ବର ଜାରି Kanak News Reviewed by SUBHENDU BARAL on July 18, 2022 Rating: 5

No comments:

Powered by Blogger.