ରାଜ୍ୟଗୋଷ୍ଠୀ କ୍ରୀଡା : ଭାରୋତ୍ତୋଳନରେ ଭାରତକୁ ପୁଣି ସଫଳତା; ୭୩ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଅଚିନ୍ତ ଶିଉଳି Kanak News

କନକ ବ୍ୟୁରୋ : ଭାରୋତ୍ତୋଳନରେ ଭାରତକୁ ପୁଣି ବଡ ସଫଳତା । ରାଜ୍ୟଗୋଷ୍ଠୀ କ୍ରୀଡାର ୭୩ କିଲୋ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତ ଅଚିନ୍ତ ଶିଉଳି । ୩୧୩ କିଲୋ ଓଜନର ଭାରୋତ୍ତୋଳନ କରି ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଅଚିନ୍ତ ଶିଉଳି । ଏହାକୁ ମିଶାଇ ଏଯାଏଁ ଭାରତକୁ ମିଳିଛି ୬ଟି ମେଡାଲ । ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣି ଦେଇଥିଲେ ମୀରାବାଇ ଚାନୁ । ଭାରୋତ୍ତୋଳନର ୪୯ କିଲୋ ବର୍ଗରେ ମୀରାବାଇ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି ।

ସ୍ନାଚରେ ୮୮ କିଲୋ ଏବଂ କ୍ଲିନ ଆଣ୍ଡ ଜର୍କରେ ସେ ୧୧୩ କିଲୋ ଉଠାଇଥିଲେ । ସେହିପରି ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଆଣିଦେଇଥିଲେ ଜେରେମୀ ଲାଲରିନୁଙ୍ଗା । ୬୭ କିଲୋ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ଜେରେମୀ । ସଂକେତ ସର୍ଗର ୫୫ କିଲୋ ବର୍ଗରେ ଦେଶପାଇଁ ଆଣିଛନ୍ତି ରୌପ୍ୟ ପଦକ । ବିନ୍ଦ୍ୟାରାଣୀ ଦେବୀ ମହିଳା ୫୫ କିଲୋ ବର୍ଗରେ ମଧ୍ୟ ପଦକ ଜିତିଛନ୍ତି । ସେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଗୁରୁରାଜ ପୂଜାରୀ ୬୧ କିଲୋ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ।

The post ରାଜ୍ୟଗୋଷ୍ଠୀ କ୍ରୀଡା : ଭାରୋତ୍ତୋଳନରେ ଭାରତକୁ ପୁଣି ସଫଳତା; ୭୩ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଅଚିନ୍ତ ଶିଉଳି first appeared on Kanak News.



from Kanak News https://ift.tt/b0Ng84S https://ift.tt/peYnumM
ରାଜ୍ୟଗୋଷ୍ଠୀ କ୍ରୀଡା : ଭାରୋତ୍ତୋଳନରେ ଭାରତକୁ ପୁଣି ସଫଳତା; ୭୩ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଅଚିନ୍ତ ଶିଉଳି Kanak News ରାଜ୍ୟଗୋଷ୍ଠୀ କ୍ରୀଡା : ଭାରୋତ୍ତୋଳନରେ ଭାରତକୁ ପୁଣି ସଫଳତା; ୭୩ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଅଚିନ୍ତ ଶିଉଳି Kanak News Reviewed by SUBHENDU BARAL on July 31, 2022 Rating: 5

No comments:

Powered by Blogger.