ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ? Pramod Behera

ଏଥିରେ କୌଣସି ସନ୍ଦେହ ନାହିଁ ଯେ ATM ଆମ ଜୀବନକୁ ସହଜ କରିଦେଇଛି। କିଛି ମିନିଟ୍ ମଧ୍ୟରେ ATM ରୁ ଆମେ ଟଙ୍କା କାଢିଦେଇପାରୁ ସତ, କିନ୍ତୁ ବେଳେ ବେଳେ କେତେକ ଅସୁବିଧାର ସମ୍ମୁଖିନ ହେବାକୁ ପଡେ। ଅନେକ ସମୟରେ ଏମିତି ହୁଏ ATMରୁ ଟଙ୍କା ଉଠାଇବାବେଳେ କ୍ୟାସ୍ ନ ଆସି ଆକାଉଣ୍ଟରୁ ଟଙ୍କା କଟିଯାଏ। ଟଙ୍କା କଟିବାର ମେସେଜ୍ ଆସିଯାଏ କିନ୍ତୁ ଏଟିଏମ୍‌ରୁ ଟଙ୍କା ବାହାରେ ନାହିଁ। ଏଭଳି ପରିସ୍ଥିତିରେ ଗ୍ରାହକମାନେ ବ୍ୟସ୍ତ ହୋଇପଡନ୍ତି। ସେମାନେ ଜାଣି ପାରନ୍ତି ନାହିଁ ଏହାକୁ ନେଇ କେଉଁଠି ଅଭିଯୋଗ କରିବେ ଏବଂ ଏହାର ସମାଧାନ କିପରି ହେବ।

ଆପଣଙ୍କ ସହିତ ଯଦି କେବେ ଏମିତି ଘଟେ ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବେଳେବେଳେ ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଏମିତି ହୋଇଥାଏ। ଏହି ଟଙ୍କା ଫେରସ୍ତ ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ଏକ ସମୟ ସୀମା ଧାର୍ଯ୍ୟ କରିଛି। ଆର୍‌ବିଆଇ ଅନୁଯାୟୀ, ସମସ୍ତ ବ୍ୟାଙ୍କ୍‌କୁ ୫ଟି କାର୍ଯ୍ୟ ଦିବସ ଦିଆଯାଇଛି, ଯାହା ମାଧ୍ୟମରେ କଟିଥିବା ଟଙ୍କା ଫେରସ୍ତ କରାଯାଇ ପାରିବ। ଏହି ନିୟମକୁ ଉଲ୍ଲଂଘନ କଲେ ବ୍ୟାଙ୍କକୁ ପ୍ରତିଦିନ ୧୦୦ ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ଏକ ନିୟମ କରାଯାଇଛି।

ଧ୍ୟାନ ଦିଅନ୍ତୁ:

  • ଟଙ୍କା ବାହର କରିବା ବେଳେ ଯଦି ଏଟିଏମ୍‌ରେ ଟ୍ରାଞ୍ଜାକସନ୍‌ ପୂରା ନ ହୋଇଥାଏ ତେବେ ତୁରନ୍ତ ୱିଥ୍‌ଡ୍ରଲ୍ ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ
  • ସଙ୍ଗେ ସଙ୍ଗେ ତୁମର ବ୍ୟାଙ୍କ୍‌ରେ ଜମା ହୋଇଥିବା ରାଶି ବିଷୟରେ ସୂଚନା ପାଇବା ଉଚିତ ଏବଂ ନିଶ୍ଚିତ କରିବା ଦରକାର ଯେ ତୁମର ଆକାଉଣ୍ଟରୁ ଟଙ୍କା କଟିଛି କି ନାହିଁ
  • ଯଦି ଏଟିଏମ୍‌ରୁ ଟଙ୍କା ନ ବାହାରି ଆକାଉଣ୍ଟରୁ କଟିଯାଇଛି, ତେବେ ଆପଣଙ୍କୁ ୫ ଦିନ ଅପେକ୍ଷା କରିବା ଉଚିତ
  • ପାଞ୍ଚ ଦିନ ବିତିଗଲେ ଓ ଟଙ୍କା ଯଦି ଆକାଉଣ୍ଟକୁ ନ ଆସେ , ତେବେ ବ୍ୟାଙ୍କ ଶାଖାରେ ଅଭିଯୋଗ କରିପାରିବେ
  • ଯଦି ବ୍ୟାଙ୍କରେ ଅଭିଯୋଗ କରିବାର ୩୦ ଦିନ ମଧ୍ୟରେ ଆକାଉଣ୍ଟରେ ଟଙ୍କା ନ ଆସେ, ତେବେ ଆପଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ।

କିପରି କରିବେ ଅଭିଯୋଗ:

  • ଯଦି ଆମେ ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ବିଷୟରେ କଥା ହେବା, ତେବେ ଯଦି ଆର୍‌ବିଆଇ ଦ୍ୱାରା ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଟଙ୍କା ଫେରସ୍ତ ନ ହୁଏ, ତେବେ ଆପଣ https://ift.tt/hAqT80k under Existing Customer //ATM related//ATM related//Account Debited but cash not dispensed କୁ ଯାଇ ଅଭିଯୋଗ କରିପାରିବେ।
  • ଏହା ବ୍ୟତୀତ SBI ହେଲ୍ପଲାଇନ ନମ୍ବର 1800 11 2211 (ଟୋଲ ଫ୍ରି), 1800 425 3800 (ଟୋଲ ଫ୍ରି) କୁ କଲ୍‌ କରି ଅଭିଯୋଗ କରାଯାଇପାରିବ।
  • ଏହା ସହିତ 080-26599990 କୁ ସକାଳ ୮ ଟାରୁ ସନ୍ଧ୍ୟା ୮ଟା ଭିତରେ କଲ୍‌ କରି ଅଭିଯୋଗ ମଧ୍ୟ କରାଯାଇପାରିବ।


from Latest Odisha News, Breaking News Today | Top Updates on Corona - OTV News https://ift.tt/Zu4U0yO
ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ? Pramod Behera ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ? Pramod Behera Reviewed by SUBHENDU BARAL on July 31, 2022 Rating: 5

No comments:

Powered by Blogger.