ଚର୍ଚ୍ଚାରେ ପ୍ରେମ କାହାଣୀ; ଚାକରକୁ ଭଲ ପାଇଲେ ଆଉ ବାହାହେଲେ Pramod Behera

ପ୍ରେମକୁ ନେଇ ଅନେକ କଥା କୁହାଯାଇଛି ଆଉ ଲେଖାଯାଇଛି। କୁହାଯାଏ ଯେ କେବଳ ପ୍ରେମ କରୁଥିବା ଲୋକ ହିଁ ଏହାର ଭାବକୁ ଅନୁଭବ କରିପାରେ। ପ୍ରେମକୁ ନେଇ ଏହା ମଧ୍ୟ କୁହାଯାଏ ଯେ ପ୍ରେମ ଅନ୍ଧ ହୋଇଥାଏ। ଏହାକୁ ସତ କରି ଦେଖେଇଛନ୍ତି ପାକିସ୍ତାନର ନାଜିଆ। ତେବେ ନାଜିଆ ଜଣେ ସେଲିବ୍ରିଟି କି ପ୍ରସିଦ୍ଧ ବ୍ୟକ୍ତିତ୍ୱ ନୁହଁନ୍ତି। ସେ ଜଣେ ଅତି ସାଧାରଣ ମହିଳା। ଏହି ପ୍ରେମ କାହାଣୀ ଜଣେ ମାଲିକାଣୀ ଏବଂ ତାଙ୍କ ଚାକରଙ୍କ ମଧ୍ୟରେ। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।

ଆଜିକାଲି ସେମାନଙ୍କର ପ୍ରେମ କାହାଣୀକୁ ନେଇ ଅନେକ ଚର୍ଚ୍ଚା। ତାଙ୍କର ଆଲୋଚନା କେବଳ ପାକିସ୍ତାନରେ ନୁହେଁ ବରଂ ମିଡିଆ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱରେ ପହଞ୍ଚିପାରିଛି। ନାଜିଆ ତାଙ୍କର ଜଣେ ଚାକର ପ୍ରେମରେ ପଡି ପରେ ତାଙ୍କୁ ବିବାହ କରିଛନ୍ତି। ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ସେମାନଙ୍କର ଏହି ପ୍ରେମ କାହାଣୀ ବହୁତ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନର ଇସଲାମାବାଦ ନିବାସୀ ନାଜିଆ ଏମିତି କିଛି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କିଛି ଦିନ ପୂର୍ବରୁ ନାଜିଆ ତାଙ୍କ ଘର କାମ ପାଇଁ ଜଣେ ଚାକରଙ୍କୁ ନିଯୁକ୍ତି ଦେଇଥିଲେ, ଯାହାର ନାମ ସୁଫିଆନ୍ ।


ନାଜିଆ କୁହନ୍ତି ଯେ ସେ ଘରେ ଏକୁଟିଆ ରହୁଥିଲେ। ତାଙ୍କର ନିଜର ବୋଲି କେହି ନଥିଲେ। ଏପରି ପରିସ୍ଥିତିରେ, ସେ ଜଣେ ଚାକର ଚାହୁଁଥିଲେ ଯିଏ ତାଙ୍କ ବିଶ୍ୱାସର ପାତ୍ର ହୋଇପାରିବ। ନାଜିଆଙ୍କୁ ତାଙ୍କର ଜଣେ ବନ୍ଧୁ ସୁଫିଆନ୍‌ଙ୍କ ବିଷୟରେ କହିଥିଲେ, ଏହା ପରେ ସେ ପ୍ରତି ମାସରେ ୧୮ ହଜାର ଟଙ୍କା ଦରମା ଦେଇ ସୁଫିଆନ୍‌ଙ୍କୁ ତାଙ୍କ ଘରେ ରଖିଥିଲେ।


ନାଜିଆ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ସୁଫିଆନଙ୍କୁ ନେଇ ଯେତିକି ପ୍ରଶଂସା କରିଥିଲେ ସେ ପ୍ରକୃତରେ ଏହାଠାରୁ ଆହୁରି ଭଲ ଥିଲେ। କିଛି ଦିନ ଭିତରେ ସେ ମଧ୍ୟ ସୁଫିଆନଙ୍କର ପ୍ରତ୍ୟେକ ଅଭ୍ୟାସ, ତାଙ୍କ ଆଚରଣ ଏବଂ ଚିନ୍ତାଧାରାକୁ ପସନ୍ଦ କରିବାକୁ ଲାଗିଲେ ବୋଲି ନାଜିଆ କୁହନ୍ତି।

ସେ ସୁଫିଆନଙ୍କ ସରଳତା ଦ୍ୱାରା ପ୍ରଭାବିତ ହୋଇଥିଲେ। ନାଜିଆ କହିଛନ୍ତି, ସେ ସମସ୍ତଙ୍କୁ ସମ୍ମାନ କରୁଥିବାରୁ ସେ ତାଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ଧୀରେ ଧୀରେ ନାଜିଆ ସୁଫିଆନଙ୍କ ପ୍ରେମରେ ପଡିଗଲେ। ଆରମ୍ଭରେ, ସେ ନିଜ ପ୍ରେମକୁ ଚାପି ଲୁଚେଇ ରଖିଥିଲେ।

କିନ୍ତୁ ସେ ଅଧିକ ଦିନ ପର୍ଯ୍ୟନ୍ତ ଏହାକୁ ଲୁଚେଇ ରଖିପାରିଲେ ନାହିଁ। ଦିନେ ସେ ସୁଫିଆନଙ୍କୁ ତାଙ୍କ ମନ କଥା କହିବାକୁ ନିଷ୍ପତ୍ତି ନେଲେ। ଯେତେବେଳେ ନାଜିଆ ସାହସର ସହିତ ସୁଫିଆନଙ୍କୁ ପ୍ରସ୍ତାବ ଦେଲେ, ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। କିନ୍ତୁ କିଛି ଦିନ ପରେ ସେ ମଧ୍ୟ ଉତ୍ତର ଦେଲେ, 'ମୁଁ ମଧ୍ୟ ତୁମକୁ ଭଲ ପାଏ। ଏହାପରେ ଦୁହେଁ ବିବାହ କରିଥିଲେ।

ନାଜିଆ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ନେଇ ବହୁତ ଖୁସି। କେବଳ ଏତିକି ନୁହେଁ, ନାଜିଆ ମଧ୍ୟ ସୁଫିଆନଙ୍କୁ ତାଙ୍କ ସଲମାନ ଖାନ ବୋଲି କହୁଥିବାବେଳେ ସୁଫିଆନ ତାଙ୍କୁ କ୍ୟାଟ୍ରିନା କୈଫ୍‌ ବୋଲି ମାନନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/tLyeqpK
ଚର୍ଚ୍ଚାରେ ପ୍ରେମ କାହାଣୀ; ଚାକରକୁ ଭଲ ପାଇଲେ ଆଉ ବାହାହେଲେ Pramod Behera ଚର୍ଚ୍ଚାରେ ପ୍ରେମ କାହାଣୀ; ଚାକରକୁ ଭଲ ପାଇଲେ ଆଉ ବାହାହେଲେ Pramod Behera Reviewed by SUBHENDU BARAL on July 29, 2022 Rating: 5

No comments:

Powered by Blogger.