ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା : ଅଧ ରାତିରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ,ଏଣିକି ଆଉ ପ୍ରକୃତିଙ୍କ ସହ କରିବେନି ଫିଲ୍ମ Kanak News

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା ପରେ ଅଧ ରାତିରେ ଭିଡିଓ ପୋଷ୍ଟ କଲେ ବାବୁସାନ୍ । ବାବୁସାନ୍ କହିଛନ୍ତି, ସେ ଜାଣିଛନ୍ତି ଭାଇରାଲ ଭିଡିଓ ଦେଖିକି ଆପଣମାନେ ବହୁତ ମଜା ନେଉଥିବେ । କିନ୍ତୁ ସେ ଚେନ୍ନାଇ ଯାଇଛନ୍ତି ଉତକଳ ଦିବସ ପାଳନ କରିବା ପାଇଁ । ପ୍ରକୃତି ମିଶ୍ରଙ୍କୁ ବି ନିମନ୍ତ୍ରଣ ଥିଲା । ସେଠାରେ ସେ ଫିଲ୍ମର ପ୍ରମୋସନ ଓ ପ୍ରକୃତିଙ୍କ ସହ ଆଉ ଗୋଟିଏ ନୂଆ ଫିଲ୍ମର ଘୋଷଣା କରିବାର ଥିଲା । ହେଲେ ସେ ଜାଣିନଥିଲେ ଯେ ତାଙ୍କ ଘରେ ଏତେ ଅସୁବିଧା ଚାଲିଛି ।

ଯଦି ଏତେ ଅସୁବିଧା ଅଛି ତେବେ ଏଣିକି ଆଉ ସେ ପ୍ରକୃତିଙ୍କ ସହ ଫିଲ୍ମ କରିବେ ନାହିଁ । ଏମିତିକି ଆବଶ୍ୟକ ହେଲେ କୌଣସି ନାୟିକାଙ୍କ ସହ କାମ କରିବେ ନାହିଁ । ଗତକାଲିର ଘଟଣାକୁ ନେଇ ପ୍ରକୃତି ମିଶ୍ର ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଲେଖିଥିଲେ, ପ୍ରତ୍ୟେକ କାହାଣୀ ର ଦୁଇଟି ପାଶ୍ୱର୍ ଥାଏ । ମାତ୍ର ସମାଜରେ ସତ କଥା ଶୁଣିବା ପୂର୍ବରୁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ । ତୃପ୍ତି ତାଙ୍କୁ ଯେମିତି ଆକ୍ରମଣ କଲେ ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲେଖିଥିଲେ ପ୍ରକୃତି ।

The post ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା : ଅଧ ରାତିରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ,ଏଣିକି ଆଉ ପ୍ରକୃତିଙ୍କ ସହ କରିବେନି ଫିଲ୍ମ first appeared on Kanak News.



from Kanak News https://ift.tt/H2Vy1gr https://ift.tt/O7tsdPa
ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା : ଅଧ ରାତିରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ,ଏଣିକି ଆଉ ପ୍ରକୃତିଙ୍କ ସହ କରିବେନି ଫିଲ୍ମ Kanak News ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା : ଅଧ ରାତିରେ ଭିଡିଓ ପୋଷ୍ଟ କଲେ ବାବୁସାନ୍; କହିଲେ,ଏଣିକି ଆଉ ପ୍ରକୃତିଙ୍କ ସହ କରିବେନି ଫିଲ୍ମ Kanak News Reviewed by SUBHENDU BARAL on July 23, 2022 Rating: 5

No comments:

Powered by Blogger.