ରାଜଧାନୀରେ ବିନା ମାସ୍କରେ ମଲ ମନା : ସଂକ୍ରମଣ ବଢୁଥିବାରୁ ମଲରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବାକୁ ବିଏମସିର ନିର୍ଦ୍ଦେଶ Kanak News

କନକ ବ୍ୟୁରୋ : ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ନୂଆ କରୋନା ସଂଖ୍ୟା ବଢିବା ଏବଂ ସଂକ୍ରମଣ ହାର ୧୦ ପ୍ରତିଶତକୁ ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି । ଖୋର୍ଦ୍ଧାରେ ୨୪ ଘଂଟାରେ ୨୦୪ ପଜିଟିଭ୍ ଆସିଥିବା ବେଳେ କେବଳ ଭୁବନେଶ୍ୱରରେ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ବାସୀଙ୍କୁ ମାସ୍କ ପିନ୍ଧିବାକୁ ବିଏମସି ମେୟର ଅନୁରୋଧ କରିବା ପରେ ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଛି ।
ଟ୍ୱିଟ୍ କରି ବିଏମସି ମଲଗୁଡିକୁ ସତର୍କ କରିଛି । ମଲରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା ପାଇଁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ମଲ୍ ଭିତରେ ଭିଡ଼ ନଜମାଇବା ପାଇଁ ମଧ୍ୟ କହିଛି ବିଏମସି । ମଲ୍ ପରିସରରେ କରୋନା ନିୟମ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଯେପରି ସାମାଜିକ ଦୂରତା ନିୟମ ଠିକ୍ ଭାବେ ପାଳନ କରାଯିବ, ଏହାର ତଦାରଖ ପାଇଁ ମଲ୍ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କହିଛି ବିଏମସି ।
The post ରାଜଧାନୀରେ ବିନା ମାସ୍କରେ ମଲ ମନା : ସଂକ୍ରମଣ ବଢୁଥିବାରୁ ମଲରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବାକୁ ବିଏମସିର ନିର୍ଦ୍ଦେଶ first appeared on Kanak News.
from Kanak News https://ift.tt/8bSYNt6 https://ift.tt/kGSEzur
Reviewed by SUBHENDU BARAL
on
July 10, 2022
Rating:
No comments: