ଭାରତର ୭୦% ଲୋକ ପାଉନାହାଁନ୍ତି ସ୍ୱାସ୍ଥ୍ୟକର ଖାଦ୍ୟ : ବିଶ୍ୱର ପ୍ରତି ୧୦ ପୁଷ୍ଟିହୀନଙ୍କ ଭିତରୁ ୩ ଜଣ ଭାରତୀୟ Kanak News

କନକ ବ୍ୟୁରୋ : ଭାରତର ୭୦ ପ୍ରତିଶତ ଲୋକ ପାଉନାହାଁନ୍ତି ସ୍ୱାସ୍ଥ୍ୟକର ଖାଦ୍ୟ । ଅର୍ଥାତ୍ ଦେଶର ୯୭କୋଟିରୁ ଅଧିକ ଲୋକଙ୍କୁ ଭଲ ଖାଦ୍ୟ ମିଳୁନାହିଁ । ବିଶ୍ୱର ପ୍ରତି ୧୦ ପୁଷ୍ଟିହୀନଙ୍କ ଭିତରୁ ୩ ଜଣ ହେଉଛନ୍ତି ଭାରତୀୟ । ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଭାରତରେ ୨୨ କୋଟିରୁ ଅଧିକ ଲୋକ ପୁଷ୍ଟିହୀନ ଅଛନ୍ତି ।
ଚୀନର ଜନସଂଖ୍ୟା ଭାରତ ତୁଳନାରେ ଅଧିକ ହୋଇଥିଲେ ବି ସେଠାରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବାରେ ଲୋକଙ୍କ ସଂଖ୍ୟା ଭାରତୀୟଙ୍କ ତୁଳନାରେ ୫ ଗୁଣ କମ୍ । ବିଶ୍ୱରେ ସର୍ବାଧିକ ଗହମ-ଚାଉଳ ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ଭାରତରେ ୭୦ ପ୍ରତିଶତରୁ ଅଧିକ ଲୋକ ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରୁନାହାଁନ୍ତି । ମିଳିତ ଜାତିସଂଘର ‘ଖାଦ୍ୟ ସୁରକ୍ଷା ଓ ପୁଷ୍ଟିକର ଖାଦ୍ୟ ୨୦୨୨’ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।
ଏହି ରିପୋର୍ଟ ଅନୁଯାୟୀ, ୨୦୨୦ ସୁଦ୍ଧା ବିଶ୍ୱରେ ୩୦୭.୪୨ କୋଟି ଲୋକ ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରୁନାହାଁନ୍ତି । ଅର୍ଥାତ୍ ବିଶ୍ୱର ୪୨ ପ୍ରତିଶତ ଲୋକ ଏକ ସ୍ୱାସ୍ଥ୍ୟକର ଖାଦ୍ୟନାହାଁନ୍ତି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ତାଙ୍କୁ ୨୩୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ତେବେ ଭାରତରେ ସ୍ଥିତିରେ ସୁଧାର ଆସୁଥିଲା, କିନ୍ତୁ କରୋନା ମହାମାରୀ ଏଥିରେ ବ୍ରେକ୍ ଲଗାଇଥିଲା । ୨୦୧୭ ରେ, ୭୫% ଭାରତୀୟ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରୁନଥିଲେ । ୨୦୧୮ ରେ ଏହି ସଂଖ୍ୟା ୭୧.୫% କୁ ଓ ୨୦୧୯ ରେ ୬୯.୪% କୁ ଖସି ଆସିଛି, କିନ୍ତୁ ୨୦୨୦ ରେ ଏହି ସଂଖ୍ୟା ପୁଣି ୭୦% କୁ ବୃଦ୍ଧି ପାଇଛି ।
The post ଭାରତର ୭୦% ଲୋକ ପାଉନାହାଁନ୍ତି ସ୍ୱାସ୍ଥ୍ୟକର ଖାଦ୍ୟ : ବିଶ୍ୱର ପ୍ରତି ୧୦ ପୁଷ୍ଟିହୀନଙ୍କ ଭିତରୁ ୩ ଜଣ ଭାରତୀୟ first appeared on Kanak News.
from Kanak News https://ift.tt/eaWQCiw https://ift.tt/XMp2jUR
No comments: