ପାକିସ୍ତାନରେ ଡିଏସ୍ପି ହୋଇଛନ୍ତି ମନୀଷା ରୁପେତା। ସେ ହେଉଛନ୍ତି ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଯିଏ ଡିଏସ୍ପି ହେବାର ସୌଭାଗ୍ୟ ପାଇଛନ୍ତି। ଏହି ଖବର ପ୍ରକାଶିତ ହେବା ସହିତ ତାଙ୍କର ଏକ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ମନୀଷା ରୁପେତା ସିନ୍ଧ ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଏହା ପରେ ସେ ଏହି ସଫଳତା ପାଇଛନ୍ତି। ସୂଚନା ଅନୁଯାୟୀ, ମନୀଷା ପାକିସ୍ତାନର ସିନ୍ଧ ପ୍ରଦେଶର ବାସିନ୍ଦା। ଜାକୁବାବାଦ ସିନ୍ଧ ପ୍ରଦେଶର ଏକ ପଛୁଆ ଜିଲ୍ଲା। ଏଠାରେ ଶିକ୍ଷାର ବହୁତ ଅଭାବ ରହିଛି। ଏଭଳି ପରିସ୍ଥିତିରେ ମନିଶା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ସୃଷ୍ଟି କରିଛନ୍ତି।
ରିପୋର୍ଟ ଅନୁଯାୟୀ, ମନୀଷା ଜାକୁବାବାଦରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଛନ୍ତି। ୧୩ ବର୍ଷ ବୟସରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ସମସ୍ତ ଅସୁବିଧା ସତ୍ତ୍ୱେ ମନୀଷା କେବେ ହାରି ଯାଇ ନଥିଲେ। ସେ ତାଙ୍କ ଲକ୍ଷ ପଥରେ ଆଗେଇ ଚାଲିଥିଲେ। ତାଙ୍କର ନିଷ୍ଠା ଓ ଧୈର୍ଯ୍ୟ ଆଜି ତାଙ୍କୁ ଏହି ସଫଳତା ଦେଇଛି।
ବାପାଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପାଠ ପଢା ଲାଗି ମନୀଷାଙ୍କ ମା’ କରାଚି ଚାଲି ଆସିଥିଲେ। ଜାକୁବାବାଦରେ ପିଲାମାନଙ୍କର ଶିକ୍ଷା ପାଇଁ କୌଣସି ସୁବିଧା ନଥିଲା। ଏଭଳି ପରିସ୍ଥିତିରେ ମନୀଷାଙ୍କ ମା’ ଏହି ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରେ ମନୀଷାଙ୍କୁ ମେଡିକାଲ ପଢିବାର ଥିଲା। ପରବର୍ତ୍ତୀ ସମୟରେ ତାଙ୍କ ଇଛା ପୋଲିସ୍ ଆଡକୁ ଚାଲିଗଲା। ପୋଲିସ୍ ହେବାର ଲକ୍ଷ ରଖି ସେ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଦେଲେ ଆଉ ଶେଷରେ ସଫଳତା ମଧ୍ୟ ପାଇଲେ।
ମନୀଷାଙ୍କ ପରିବାର ଲୋକମାନେ ଭାବୁଥିଲେ ଯେ ପୋଲିସ୍ ଚାକିରି ଝିଅମାନଙ୍କ ପାଇଁ ଠିକ୍ ନୁହେଁ, କିନ୍ତୁ ମନୀଷାଙ୍କୁ ପୋଲିସ ହିଁ ହେବାର ଥିଲା। ଏଭଳି ପରିସ୍ଥିତିରେ ମନୀଷା ନିଜର ଲକ୍ଷ ପୂରଣ ପାଇଁ ପରିଶ୍ରମ କରି ସଫଳତା ପାଇଲେ। ସୋସିଆଲ ମିଡିଆରେ ମନୀଷାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/GJMDmeN
No comments: