ସୂର୍ଯ୍ୟକୁମାରଙ୍କ ଶତକ ବୃଥା । ତୃତୀୟ ଟି-୨୦ରେ ହାରିଲା ଭାରତ Kanak News

କନକ ବ୍ୟୁରୋ : ସୂର୍ଯ୍ୟକୁମାର ଯାଦବଙ୍କ ଶତକ ସତ୍ୱେ ମ୍ୟାଚ୍ ହାରିଲା ଭାରତ । ୨୧୬ ରନ୍ର ବିଶାଳ ଲକ୍ଷ୍ୟକୁ ହାସଲ କରିବାରେ ୧୭ ରନ ପଛରେ ରହିଗଲା ଟିମ୍ ଇଣ୍ଡିଆ । ଭାରତ ହାରିଥିଲେ ବି ସୂର୍ଯ୍ୟକୁମାର ଦର୍ଶକଙ୍କ ମନ ଜିଣି ନେଇଥିଲେ । ମାତ୍ର ୫୫ ଟି ବଲରେ ୧୪ ଚଉକା ୬ ଛକା ସହ ୧୧୭ରନ୍ ବଡ଼ ଇନିସ୍ ଖେଳିଥିଲେ ସୂଯ୍ୟକୁମାର । ହେଲେ ଅନ୍ୟ କୌଣସି ବ୍ୟାଟରଙ୍କ ଠାରୁ ଠିକ୍ରେ ସହଯୋଗ ନ ମଳିବାରୁ ଭାରତ ୧୭ ରନରେ ଇଂଲଣ୍ଡ ବିରୋଧରେ ଶେଷ ଟି-୨୦ ମ୍ୟାଚ ହାରିଯାଇଛି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଡେୱିଡ୍ ମଲନଙ୍କ ୭୭ ରନର ବିସ୍ଫୋରକ ଇନିସ୍ ମହାୟତାରେ ଇଂଲଣ୍ଡ ୨୧୫ ରନ ବିଶାଳ ଲକ୍ଷ୍ୟ ଦେଇଥିଲା । ଭ୍ରମଣକାରୀ ଦଳ ପଥମରୁ ହିଁ ଅସୁବିଧାର ପଡିଯାଇଥିଲା । ୩୧ ରନରେ ଭାରତର ତିନିଟି ୱିକେଟ ପଡିଯାଇଥିଲା । ରୋହିତ, ବିରାଟ, ପନ୍ତ ଆଉଟ ହେବା ପରେ ପଡିଆକୁ ଆସିଥିବା ସୂର୍ଯ୍ୟକୁମାର ଏକାକୀ ମ୍ୟାଚ ଖେଳିଥିଲେ । ଡିନେଶ କାର୍ତିକ ପୁଣି ଥରେ ନିରାଶ କରିଥିଲେ । ଭାରତ ୯ ୱିକେଟ୍ ହରାଇ ୨୦ ଓଭରରେ ୧୯୮ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ତେବେ ମ୍ୟାଚ ହାରିଥିଲେ ବି ଭାରତ ଟି-୨୦ ସିରିଜ୍କୁ ୨-୧ରେ ଜିତି ନେଇଛି ।

କହିରଖୁଛୁ ଯେ ଆସନ୍ତା ୧୨ ତାରିଖରୁ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ତେବେ ଦଳରେ ଖେଳାଳୀମାନଙ୍କ ରୋଟେସନ ବେସିସରେ ଖେଳାଇବାକୁ ନେଇ କ୍ୟାପଟେନ୍ ରୋହିତ ଶର୍ମା କହିଛନ୍ତି ଆସନ୍ତା ଟି-୨୦ ବିଶ୍ୱ କପ ପାଇଁ ଏବେଠୁ ଟିମ୍ ପ୍ରସ୍ତୁତ କରାଯାଉଛି । ତେଣୁ ସବୁ ଖେଳାଳୀଙ୍କୁ ସୁଯୋଗ ଦେଇ ଏକ ଭଲ ଟିମ୍ ଗଠନ କରାଯିବ ବୋଲି ସେ କହିଛନ୍ତି ।

The post ସୂର୍ଯ୍ୟକୁମାରଙ୍କ ଶତକ ବୃଥା । ତୃତୀୟ ଟି-୨୦ରେ ହାରିଲା ଭାରତ first appeared on Kanak News.



from Kanak News https://ift.tt/u0dXML7 https://ift.tt/GNDJZq7
ସୂର୍ଯ୍ୟକୁମାରଙ୍କ ଶତକ ବୃଥା । ତୃତୀୟ ଟି-୨୦ରେ ହାରିଲା ଭାରତ Kanak News ସୂର୍ଯ୍ୟକୁମାରଙ୍କ ଶତକ ବୃଥା । ତୃତୀୟ ଟି-୨୦ରେ ହାରିଲା ଭାରତ Kanak News Reviewed by SUBHENDU BARAL on July 10, 2022 Rating: 5

No comments:

Powered by Blogger.