ଶରୀରକୁ ସିଧା ରଖିବା ପାଇଁ, ଅନାବଶ୍ୟକ ନଇଁବାରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଶାରୀରିକ ସନ୍ତୁଳନ ବଜାୟ ରଖିବା ଆବଶ୍ୟକ ହୋଇଥାଏ। କିନ୍ତୁ ଜୀବନଶୈଳୀ ଗଡବଡ ଯୋଗୁଁ ଲୋକଙ୍କ ମଧ୍ୟରେ ସନ୍ତୁଳନ ଏବଂ ଶାରୀରିକ ସ୍ଥିତିର ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଯୋଗାସନ ଅଭ୍ୟାସ ନିହାତି ଜରୁରୀ ବୋଲି ପରାମର୍ଶ ଦିଆଯାଏ।
ଯୋଗାସନ ଶାରୀରିକ ସ୍ଥିତି, ସନ୍ତୁଳନ, ସ୍ଥିରତା ବୃଦ୍ଧି କରିବା ସହିତ ଆପଣଙ୍କ ଅନ୍ତସ୍ଥଳକୁ ମଜବୁତ ରଖିବାରେ ସାହାଯ୍ୟ କରେ। ଯେଉଁମାନଙ୍କର ଶାରୀରିକ ସମନ୍ୱୟ କିମ୍ବା ସନ୍ତୁଳନ ସୃଷ୍ଟି କରିବାରେ ଅସୁବିଧା ହୁଏ, ଏହିପରି ଲୋକମାନେ ପ୍ରତିଦିନ ବୃକ୍ଷାସନ ଅଭ୍ୟାସ କରିବା ଜରୁରୀ।
ବୃକ୍ଷାସନ ଅଭ୍ୟାସରେ ଶରୀରର ସ୍ଥିତିକୁ ଗଛ ପରି ତିଆରି କରିହୁଏ। ଏହି ଅଭ୍ୟାସରେ, ସମସ୍ତ ମୁଖ୍ୟ ମାଂସପେଶୀକୁ ପାଦରୁ ହାତ ପର୍ଯ୍ୟନ୍ତ ଷ୍ଟ୍ରେଚିଂ କରାଯାଏ। ଶାରୀରିକ ଏକାଗ୍ରତା ଏବଂ ସମନ୍ୱୟ ରକ୍ଷା ପାଇଁ ଏହି ଆସନ ନିୟମିତ ଅଭ୍ୟାସ କରାଯାଇପାରେ।
କିପରି କରାଯାଏ ଏହି ଆସନ:
ବୃକ୍ଷାସନ ଅଭ୍ୟାସ ଖୁବ ସହଜ ହୋଇଥାଏ ଏବଂ ଏହାକୁ ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ ସହଜରେ ଅଭ୍ୟାସ କରିପାରିବେ। ଏହି ଅଭ୍ୟାସ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
- ଏହି ଯୋଗ କରିବା ପାଇଁ ସିଧା ଠିଆ ହୁଅନ୍ତୁ
- ଡାହାଣ ଆଣ୍ଠୁକୁ ବଙ୍କା କରି ଡାହାଣ ପାଦକୁ ବାମ ଜଙ୍ଘରେ ରଖନ୍ତୁ
- ବାମ ଗୋଡକୁ ସିଧା କରି ଶରୀରକୁ ସନ୍ତୁଳିତ କରନ୍ତୁ
- ମୁଣ୍ଡ ଉପରେ ଦୁଇ ହାତ ଯୋଡି ରଖନ୍ତୁ
- ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ
- ପରେ ନିଶ୍ୱାସ ଛାଡି ସାଧାରଣ ସ୍ଥିତିକୁ ଫେରନ୍ତୁ
ଏହାର ଲାଭ କ’ଣ:
- ଏହା ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ
- ଏହା ଚାପ ଏବଂ ଚିନ୍ତାକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ
- ଗୋଡରୁ ପିଠି ଏବଂ ବାହୁକୁ ଷ୍ଟ୍ରେଚିଂ କରି ଏହା ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରେ
- ସାଇକାଟିକା ସମସ୍ୟାରୁ ମୁକ୍ତି କରେ
- ଗୋଡକୁ ମଜବୁତ କରେ ଏବଂ ଗଣ୍ଠିକୁ ସୁସ୍ଥ ରଖିବାରେ ସହଯୋଗ କରେ
ସାବଧାନତା:
ଯଦିଓ ବୃକ୍ଷାସନ ଅଭ୍ୟାସ ସମସ୍ତଙ୍କ ପାଇଁ ଲାଭଦାୟକ, କିନ୍ତୁ କେତେକ ପରିସ୍ଥିତିରେ ଏହା କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବା ଆବଶ୍ୟକ। ଗର୍ଭାବସ୍ଥା ସମୟରେ ଅଭ୍ୟାସ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ସହ କଥା ହୁଅନ୍ତୁ, କାରଣ ଶାରୀରିକ ସନ୍ତୁଳନ ବିଗିଡିବା ଦ୍ୱାରା ସମସ୍ୟା ହୋଇପାରେ। ଆଣ୍ଠୁକୁ ବଙ୍କା କରିବାରେ ଅସୁବିଧା ଥିବା ଲୋକଙ୍କ ପାଇଁ ଏହି ବ୍ୟାୟାମ ମଧ୍ୟ କଷ୍ଟସାଧ୍ୟ ହୋଇପାରେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/6tR8JOI
No comments: