ଚିହ୍ନଟ ହେଲା କୋଭିଡ୍ ଭୂତାଣୁର ନୂଆ ପ୍ରଜାତି : ପରୀକ୍ଷା ପାଇଁ ଯାଇଥିବା ୧୫୦ ନମୁନାରୁ ୧୨ଟିରେ ବିଏ-୪ ଓ ବିଏ-୫ ଠାବ Kanak News

କନକ ବ୍ୟୁରୋ : କୋଭିଡ୍ ଚାଲିଗଲା ବୋଲି ଅନେକ ଭାବୁଥିବାବେଳେ ଚିହ୍ନଟ ହୋଇଛି ଓମିକ୍ରନ ପ୍ରଜାତିର ନୂଆ ଉପ-ପ୍ରଜାତି । ତାମିଲନାଡୁର ନାଭାଲୁର ଓ ମହାବଳୀପୁରମ ଭଳି ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ନମୁନାର ପରବର୍ତ୍ତୀ ଯାଞ୍ଚ ପାଇଁ ପଠାଯାଇଥିବା ୧୫୦ଟି ନମୁନାରୁ ୧୨ଟି ନୂଆ ପ୍ରଜାତି ବିଏ-୪ ଓ ବିଏସ-୫ ଚିହ୍ନଟ ହୋଇଛି । ଏନେଇ ତାମିଲନାଡୁ ସରକାରଙ୍କୁ ହାଇଦ୍ରାବାଦ ସ୍ଥିତ ପରୀକ୍ଷାଗାର କର୍ତ୍ତୃପକ୍ଷ ଜଣାଇ ଦେଇଛନ୍ତି । ୪ ଜଣ ବିଏ-୪ ଓ ୮ ଜଣ ବିଏ-୫ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟମାନେ ବିଏ-୧ ଓ ବିଏ-୨ ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତେବେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷ କରି ଆଇଆଇଟି-ମାଡ୍ରାସ ଓ ସତ୍ୟ ସାଇ ୟୁନିଭର୍ସିଟି, ଆନା ମଲ୍ଲାଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁଁ ହୋଇଛି । ସଂକ୍ରମଣ ହାର ମଧ୍ୟ ତିନି ମାସ ପରେ ବଢ଼ିଯାଇଛି । ଯାହାକି ଚିନ୍ତାର କାରଣ ହୋଇଛି ।

The post ଚିହ୍ନଟ ହେଲା କୋଭିଡ୍ ଭୂତାଣୁର ନୂଆ ପ୍ରଜାତି : ପରୀକ୍ଷା ପାଇଁ ଯାଇଥିବା ୧୫୦ ନମୁନାରୁ ୧୨ଟିରେ ବିଏ-୪ ଓ ବିଏ-୫ ଠାବ first appeared on Kanak News.



from Kanak News https://ift.tt/eWFHiEc https://ift.tt/pArUvX6
ଚିହ୍ନଟ ହେଲା କୋଭିଡ୍ ଭୂତାଣୁର ନୂଆ ପ୍ରଜାତି : ପରୀକ୍ଷା ପାଇଁ ଯାଇଥିବା ୧୫୦ ନମୁନାରୁ ୧୨ଟିରେ ବିଏ-୪ ଓ ବିଏ-୫ ଠାବ Kanak News ଚିହ୍ନଟ ହେଲା କୋଭିଡ୍ ଭୂତାଣୁର ନୂଆ ପ୍ରଜାତି : ପରୀକ୍ଷା ପାଇଁ ଯାଇଥିବା ୧୫୦ ନମୁନାରୁ ୧୨ଟିରେ ବିଏ-୪ ଓ ବିଏ-୫ ଠାବ Kanak News Reviewed by SUBHENDU BARAL on June 05, 2022 Rating: 5

No comments:

Powered by Blogger.