ଦେଶରେ ବଢୁଛି କରୋନା ସଂକ୍ରମଣ : ଦିଲ୍ଲୀ ଓ ମୁମ୍ବାଇ ମହାନଗରୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ Kanak News

କନକ ବ୍ୟୁରୋ : ଦେଶରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଦେଶର ଦୁଇ ମହାନଗର ମୁମ୍ବାଇ ଓ ଦିଲ୍ଲୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇ ଦେଇଛି । ମୁମ୍ବାଇରେ ୩୩ ପ୍ରତିଶତ ସଂକ୍ରମଣ ବୃଦ୍ଧି ହୋଇଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ୨୨ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି । ମୁମ୍ବାଇରେ ବୁଧବାର ୨ହଜାର ୨୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଜାନୁୟାରୀ ୨୩ ତାରିଖ ପରଠୁ ସର୍ବାଧିକ ନୂଆ ମାମଲା ।

ସେହିପରି ଦିଲ୍ଲୀରେ ବୁଧବାର ୧୩୭୫ ମାମଲା ଚିହ୍ନଟ ହୋଇଛି । ମଙ୍ଗଳବାର ଦିଲ୍ଲୀରେ ୧ ହଜାର ୧୧୮ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିଲ୍ଲୀ, ମୁମ୍ବାଇ ଛଡା ବେଙ୍ଗାଲୁରୁରେ ୬୧୫ ଓ ଚେନ୍ନାଇରେ ୨୨୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସଂକ୍ରମଣ ବଢୁଥିବାରୁ କରୋନା ଚତୁର୍ଥ ଲହରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏପଟେ ସାରା ଦେଶରେ ବୁଧବାର ପୁଣି ୮ ହଜାର ପାର କରିଛି କରୋନା ସଂକ୍ରମଣ । ୨୪ ଘଂଟାରେ ପୁଣି ନୂଆ ୮ହଜାର ୮୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩ ହଜାର ୬୩୭ ଛୁଇଁଛି । ସେହିପରି ସୁସ୍ଥତା ହାର ୯୮ ଦଶମିକ ୬୬ ପ୍ରତିଶତ ରହିଛି ।

The post ଦେଶରେ ବଢୁଛି କରୋନା ସଂକ୍ରମଣ : ଦିଲ୍ଲୀ ଓ ମୁମ୍ବାଇ ମହାନଗରୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ first appeared on Kanak News.



from Kanak News https://ift.tt/mo3OrXD https://ift.tt/8E9WJ6P
ଦେଶରେ ବଢୁଛି କରୋନା ସଂକ୍ରମଣ : ଦିଲ୍ଲୀ ଓ ମୁମ୍ବାଇ ମହାନଗରୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ Kanak News ଦେଶରେ ବଢୁଛି କରୋନା ସଂକ୍ରମଣ : ଦିଲ୍ଲୀ ଓ ମୁମ୍ବାଇ ମହାନଗରୀରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ Kanak News Reviewed by SUBHENDU BARAL on June 15, 2022 Rating: 5

No comments:

Powered by Blogger.