ଅଣାୟତ୍ତ ‘ଅଗ୍ନିପଥ‘ ନିଆଁ : ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିହାର ବନ୍ଦ ଡାକରା; ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ Kanak News
କନକ ବ୍ୟୁରୋ : ସେନାବାହିନୀରେ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧ । ତୀବ୍ର ହେଉଛି ଆନ୍ଦୋଳନ । ଏହି ଆନ୍ଦୋଳନ ଏବେ ୧୩ ରାଜ୍ୟକୁ ବ୍ୟାପିଲାଣି । ବିହାର, ପଶ୍ଚିମବଙ୍ଗ, ଉତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟ ସହ ଓଡ଼ିଶାରେ ମଧ୍ୟ ଆନ୍ଦୋଳନ ହୋଇଛି । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ।
ବିହାରରେ ହିଂସା ଭୟଙ୍କର ରୂପ ନେଇଛି । ଆନ୍ଦୋଳନକାରୀମାନେ ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ବିହାର ବନ୍ଦ ଡାକରା ଦିଆଯାଇଛି । ରାଜ୍ୟବ୍ୟାପୀ ୨୪ ଘଂଟିଆ ବନ୍ଦ ପାଳନ ହେବ । ଆରଜେଡି ସମେତ ବାମ ଦଳ ଗୁଡିକ ଏହାକୁ ସମର୍ଥନ କରିଛନ୍ତି । ରାଜ୍ୟରେ ହିଂସା ବଡୁଥିବାରୁ ପୋଲିସ ପକ୍ଷରୁ ଅନେକ ସହରରେ ଇଣ୍ଟରନେଟ୍ ସେବା ବାତିଲ କରାଯାଇଛି । ବିହାରରେ ୬୫୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାରି ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆଜିର ବୈଠକରେ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଲାଗି ରହିଥିବା ବିରୋଧ ପ୍ରସଙ୍ଗ ସ୍ଥାନ ପାଇପାରେ ।
ଅନ୍ୟପକ୍ଷେ ବିହାରରେ ୧୨ଟି ଜିଲ୍ଲା ତଥା କଇମୁର, ଭୋଜପୁର, ଔରଙ୍ଗାବାଦ, ରୋହତସ, ବକ୍ସାର, ନବାଦା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲଖିସରାଇ, ବେଗୁସରାଇ, ବୈଶାଳୀ ଏବଂ ସାରନାରେ ଜୁନ୍ ୧୯ ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଟେଲିକମ୍ ସେବା ବନ୍ଦ ରହିଛି । ବିହାରର ବିହିୟା ରେଳ ଷ୍ଟେସନର ଟିକଟ କାଉଣ୍ଟରରୁ ଆନ୍ଦୋଳନକାରୀମାନେ ୩.୫୦ ଲକ୍ଷ ଟଙ୍କା ଲୁଟି ନେଇଥବା ଜଣାପଡ଼ିଛି । ଆନ୍ଦୋଳନକାରୀମାନେ ୨ ଦିନରେ ବିଜେପିର ୨ଟି ଅଫିସ୍ରେ ନିଆଁ ଲଗାଇ ଦେଇଛନ୍ତି । ଆନ୍ଦୋଳନକାରୀମାନେ ବିହାରର ମାଧେପୁରରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରବା ସହ ବିଜେପି ଅଫିସ୍ରେ ନିଆଁ ଲଗାଇ ଦେବାରୁ ଏହା ସଂପୂର୍ଣ୍ଣ ଜଳିଯାଇଛି । ହିଂସାରେ ମାତିଥିବା ଶତାଧିକ ଯୁବକ କଲେଜ ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ ।
The post ଅଣାୟତ୍ତ ‘ଅଗ୍ନିପଥ‘ ନିଆଁ : ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ବିହାର ବନ୍ଦ ଡାକରା; ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ first appeared on Kanak News.
from Kanak News https://ift.tt/SIC7nNB https://ift.tt/XB3OLfM
No comments: