ଆସନ୍ତା ୨୪ରୁ ଆରମ୍ଭ ହେବ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି : ଡିସେମ୍ବରରୁ ସ୍ଥଳସେନାରେ ତାଲିମ ଯୋଜନା Kanak News

କନକ ବ୍ୟୁରୋ : ଅଗ୍ନିପଥ ଯୋଜନା ଅଧିନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ । ଆସନ୍ତା ୨୪ ତାରିଖରୁ ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବାୟୁସେନା ମୁଖ୍ୟ । ସୋମବାର ସୁଦ୍ଧା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯିବ । ଆସନ୍ତା ଡିସେମ୍ବରରୁ ଏହି ଯୋଜନାରେ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯିବ । ବାୟୁସେନା ମୁଖ୍ୟ କହିଛନ୍ତି ଏହି ଯୁଗାନ୍ତକାରୀ ନିଯୁକ୍ତି ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିବ ।

ସେହିପରି ଡିସେମ୍ବରରୁ ସ୍ଥଳସେନାରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେନା ମୁଖ୍ୟ କହିଛନ୍ତି, ଖୁବ୍ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ଦୁଇ ଦିନ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରାଯିବ । କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଅଧୀନରେ ବୟସସୀମା ୨୩କୁ ବୃଦ୍ଧି କରିବା ପରେ ସେନାମୁଖ୍ୟ ଏହାକୁ ପ୍ରଶଂସା କରିଛନ୍ତି । ଯୁବଗୋଷ୍ଠୀ ଏହି ଯୋଜନାର ଫାଇଦା ନେବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ସପ୍ତାହକ ମଧ୍ୟ ନୌସେନା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

The post ଆସନ୍ତା ୨୪ରୁ ଆରମ୍ଭ ହେବ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି : ଡିସେମ୍ବରରୁ ସ୍ଥଳସେନାରେ ତାଲିମ ଯୋଜନା first appeared on Kanak News.



from Kanak News https://ift.tt/YLAG2wd https://ift.tt/f7RraiM
ଆସନ୍ତା ୨୪ରୁ ଆରମ୍ଭ ହେବ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି : ଡିସେମ୍ବରରୁ ସ୍ଥଳସେନାରେ ତାଲିମ ଯୋଜନା Kanak News ଆସନ୍ତା ୨୪ରୁ ଆରମ୍ଭ ହେବ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି : ଡିସେମ୍ବରରୁ ସ୍ଥଳସେନାରେ ତାଲିମ ଯୋଜନା Kanak News Reviewed by SUBHENDU BARAL on June 17, 2022 Rating: 5

No comments:

Powered by Blogger.