ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି ବ୍ଲୁ ଜୋନ୍‌ର ଲୋକ; ଜାଣନ୍ତୁ ସେମାନଙ୍କ ନିରୋଗ ଜୀବନ, ଅଧିକ ସମୟ ବଞ୍ଚିବା ଓ ଖୁସି ରହିବାର କାରଣ    

ଭୁବନେଶ୍ୱର ୦୬/୦୬ : ଦୁନିଆରେ ଯେଉଁଠି ଅଧିକ ବୟସ ପର୍ଯ୍ୟନ୍ତ ଲୋକ ବଞ୍ଚି ରହନ୍ତି ତାକୁ ବ୍ଲୁ ଜୋନ୍‌ ବୋଲି କୁହାଯାଏ। ଏଠାରେ ଲୋକମାନେ ୯୦, ୧୦୦ ବର୍ଷ ବା ତାଠାରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚି ରହନ୍ତି। ବ୍ଲୁ ଜୋନ୍ର ଲୋକମାନଙ୍କୁ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବହୁତ କମ୍‌ ହୁଏ ବୋଲି ରିପୋର୍ଟରେ କୁହା ଯାଇଛି। ଏପରି ଭାବେ ସ୍ୱାସ୍ଥ୍ୟ ଓ ଅଧିକ ବୟସ ପାଇଁ ଅନେକ ଜିନିଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଥିରେ ଆପଣଙ୍କ ଗୁଣସୂତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହାଛଡ଼ା  ଆପଣଙ୍କ ଖାଦ୍ୟାଭ୍ୟାସ ଜୀବନଚର୍ଯ୍ୟା କିପରି ରହିଛି ଏହା ମଧ୍ୟ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିବା ଉପରେ ବହୁତ ପ୍ରଭାବ ପକାଇଥାଏ। ବ୍ଲୁ ଜୋନ୍‌ର ଲୋକମାନଙ୍କର ଜୀବନ ଶୈଳି ଏପରି ହୋଇଥାଏଯେ ଯାହାକି ସେମାନଙ୍କୁ ସୁସ୍ଥ, ଖୁସି, ଯବାନ ରଖିବା ସହିତ ସେମାନଙ୍କ ବୟସ ମଧ୍ୟ ଅଧିକ କରିଥାଏ।   

ଅଧିକ ବୟସ ପର୍ଯ୍ୟନ୍ତ ସୁସ୍ଥ ହୋଇ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି। ମଣିଷ ସବୁବେଳେ କିପରି ସୁସ୍ଥ ହେବ ଓ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିବ ସେଥିପାଇଁ ଆରମ୍ଭ ସମୟରୁ ଚେଷ୍ଠା କରିଆସିଛି। ବ୍ଲୁ ଜୋନ୍ର ଲୋକମାନେ ସବୁବେଳେ ଫଳ, ସବୁଜ ପନିପରିବା, ଖାଆନ୍ତି।

ବ୍ଲୁ ଜୋନ୍‌ର ଲୋକମାନେ ଚଣା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଡାଲି, ବିନ୍ସ , ସବୁଜ ପନିପରିବା, ସବୁବେଳେ ଖାଆନ୍ତି। ସେ ମାଂସ ଜାଗାରେ ସତେଜ ପନିପରିବା ଓ ଫଳ ସବୁବେଳେ ଖାଆନ୍ତି। ସେମାନେ ଯଦି ମାଂସ ଖାଆନ୍ତି ବହୁତ କମ୍‌ ମାତ୍ରାରେ ଖାଆନ୍ତି। ବ୍ଲୁ ଜୋନ୍‌ର ଲୋକମାନେ ଏମିତି ସ୍ନାକ୍ସ ଖାଆନ୍ତି ନାହିଁ ଯାହାକୁ ଖାଇବା ଦ୍ୱାରା ମଧୁମେହ ଓ କ୍ୟାନ୍‌ସର ରୋଗ ହେବାର ଅଧିକ  ସମ୍ଭାବନା ଥାଏ। କିନ୍ତୁ ସେମାନେ ବିଭିନ୍ନ ସିଡ଼ସ୍ ନଟ୍ସ ଓ ଡ୍ରାଏ ଫୃଟ୍ ଖାଆନ୍ତି।   

ବ୍ଲୁ ଜୋନ୍‌ର ଲୋକମାନେ ଭୋକରେ ଅଳ୍ପ ଖାଆନ୍ତି । ଯେତେବେଳେ ସେମାନଙ୍କ ପେଟ ୮୦ ଭାଗ ପୁରିଯାଏ ସେମାନେ ଆଉ ଖାଆନ୍ତି ନାହିଁ। ସେମାନେ ସୂର୍ଯ୍ୟାସ୍ତ ପରେ ଖାଦ୍ୟ ଖାଆନ୍ତି ନାହିଁ। ସନ୍ଧ୍ୟା ସମୟରେ ସେମାନେ ଅଳ୍ପ ଖାଦ୍ୟ ଖାଆନ୍ତି। ସେମାନଙ୍କ ଖାଦ୍ୟ ଖାଇବାର ଶୈଳି ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ସହିତ ପ୍ରାୟ ସମାନ ହୋଇଥାଏ।

ବ୍ଲୁ ଜୋନ୍‌ର ମହିଳାଓ ପୁରୁଷମାନେ ମଦ୍ୟ ପାନ କରନ୍ତି ସତ କିନ୍ତୁ ସୀମିତ ମାତ୍ରାରେ। ଅଧିକାଂଶ ଲୋକ ନାଲି ମଦ (ରେଡ୍‌ ୱାଇନ୍‌) ପିଅନ୍ତି। ଏକ ଗବେଷଣାରୁ ଜଣାପଡ଼ଛିଯେ ସୀମିତ ମାତ୍ରାରେ ମଦ ପିଉଥିବା ଲୋକ ଅଧିକ ମଦ ପିଉଥିବା ଲୋକଙ୍କ ଠାରୁ ଅଧିକ ଦିନ ବଞ୍ଚନ୍ତି, କିନ୍ତୁ ଅଧିକ ମଦ ପିଇଲେ ଜୀବନ ହରେଇବାର ଅଧିକ ସମ୍ଭାବନା ରହିଛି। ଏଥିରେ ମହିଳା ଥରେ ଓ ପୁରୁଷ ଦୁଇ ଥରରୁ ଅଧିକ  ମଦ ପିଅନ୍ତି ନାହିଁ। ମଦ ଛଡ଼ା ଏମାନେ ଗ୍ରୀନ୍‌ ଟି, ରସୁଣ, ଅଦା ଓ ହଳଦୀ ଭଳି ହର୍ବକୁ ତାଙ୍କର ଖାଦ୍ୟାଭ୍ୟାସରେ ନିୟମିତ ସାମିଲ କରନ୍ତି।    

ବ୍ଲୁ ଜୋନ୍‌ରେ ଅଧିକ ବୟସ ବଞ୍ଚୁଥିବା ଲୋକମାନେ କେବେବି ଜିମ୍‌କୁ ଯାଆନ୍ତି ନାହିଁ। ସେମାନଙ୍କର ନିୟମିତ ବ୍ୟାୟାମ ଓ ଚଲାବୁଲା ସେମାନଙ୍କୁ ସୁସ୍ଥ ରଖିଥାଏ। ସେମାନେ ଗୃହ ପାଳିତ ପଶୁ ରଖନ୍ତି, ଚାଷ କରନ୍ତି, ବଗିଚା କାମ କରନ୍ତି, କୂଅରୁ ପାଣି ଉଠାନ୍ତି ଓ ଘର କାମ କରନ୍ତି।

ମାନସିକ ଦୁଶ୍ଚିନ୍ତା ଅନେକ ରୋଗର ମୂଳ କାରଣ। ଏହାର ପ୍ରଭାବ ଜୀବନର ପ୍ରତ୍ୟକ ଜାଗାରେ ପଡ଼ଥାଏ। ସମସ୍ୟା ଆସିବା କିମ୍ୱା ନ ଆସିବା ଆମ ହାତରେ ନାହିଁ। କିନ୍ତୁ ମାନସିକ ଚିନ୍ତାକୁ ପରିଚାଳନା କରିବା ସବୁଠାରୁ ବଡ଼କଥା। ବ୍ଲୁ ଜୋନ୍‌ର ଲୋକମାନେ ମାନସିକ ଦୁଶ୍ଚିନ୍ତାକୁ କମ୍‌ କରିବା ପାଇଁ କୌଣସିନା କୌଣସି ତରିକା ଆପଣାଇ ଥାଆନ୍ତି। ସେମାନେ ଖାଦ୍ୟ ଖାଇବା ପରେ ୧୫ ମିନିଟ୍‌ ପ୍ରାର୍ଥନା ବା ଧ୍ୟାନ କରନ୍ତି ।  



from Prameya News7 https://ift.tt/TKLYf4I
ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି ବ୍ଲୁ ଜୋନ୍‌ର ଲୋକ; ଜାଣନ୍ତୁ ସେମାନଙ୍କ ନିରୋଗ ଜୀବନ, ଅଧିକ ସମୟ ବଞ୍ଚିବା ଓ ଖୁସି ରହିବାର କାରଣ     ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚନ୍ତି ବ୍ଲୁ ଜୋନ୍‌ର ଲୋକ; ଜାଣନ୍ତୁ ସେମାନଙ୍କ ନିରୋଗ ଜୀବନ, ଅଧିକ ସମୟ ବଞ୍ଚିବା ଓ ଖୁସି ରହିବାର କାରଣ     Reviewed by SUBHENDU BARAL on June 06, 2022 Rating: 5

No comments:

Powered by Blogger.