ଉତ୍ତରାଖଣ୍ଡ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିଜନଙ୍କ ପ୍ରତି ଦୁଇ ଲକ୍ଷ ଘୋଷଣା

ନୂଆଦିଲ୍ଲୀ; ଉତ୍ତରାଖଣ୍ଡର ଯମୁନୋତ୍ରୀ ରାଜମାର୍ଗରେ ରବିବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଡାମଟା ନିକଟରେ ନିୟନ୍ତ୍ରଣ ହରାଇ ଏକ ବସ୍ ଗଭୀର ଖାତକୁ ଖସି ପଡିଛି। ଏଥିରେ ୨୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ବ୍ୟକ୍ତ କରିବା ସହ ମୃତକଙ୍କ ପରିଜନଙ୍କ ପ୍ରତି ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଏବଂ ଆହତଙ୍କୁ ୫୦  ହଜାର  ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାରେ ଦୁଃଖ ବ୍ୟକ୍ତ କରି ଅଧିକାରୀଙ୍କୁ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ହରିଦ୍ଵାରରୁ ବସ୍ ମଧ୍ୟ ପ୍ରଦେଶର ଯାତ୍ରୀଙ୍କୁ ଧରି ଯମୁନୋତ୍ରୀ ଧାମ ଅଭିମୁଖେ ଯାତ୍ରା କରିଥିଲା। ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ଡାମଟା ନିକଟସ୍ଥ ରିଖାଉରେ ନିୟନ୍ତ୍ରଣ ହରାଇ ବସଟି ୨୦୦ ମିଟର ଗଭୀର ଖାତକୁ ଖସି ପଡିଥିଲା। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଏସଡିଆରଏଫ, ପୋଲିସ, ବିପର୍ଯ୍ୟୟ ଏବଂ ରାଜସ୍ଵ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଜୁଟିଛନ୍ତି।

ଏସପି ଅପର୍ଣ୍ଣ ଯଦୁବଂଶୀଙ୍କ ସୂଚନା ଅନୁସାରେ, ଡାମଟାରୁ ପ୍ରାୟ ୨ କିଲୋମିଟର ଦୂର ନୌଗାଁଓ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସରେ ଥିବା ଯାତ୍ରୀମାନେ ମଧ୍ୟ ପ୍ରଦେଶର ପନ୍ନା ଅଞ୍ଚଳର ହୋଇଥିବା ଜଣାପଡିଛି । ସବୁ ଯାତ୍ରୀ ୟମୁନୋତ୍ରୀ ଦର୍ଶନ କରି ଫେରୁଥିଲେ। ଦୁର୍ଘଟଣାସ୍ଥଳରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।



from Prameya News7 https://ift.tt/VBvChLl
ଉତ୍ତରାଖଣ୍ଡ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିଜନଙ୍କ ପ୍ରତି ଦୁଇ ଲକ୍ଷ ଘୋଷଣା ଉତ୍ତରାଖଣ୍ଡ ଦୁର୍ଘଟଣା, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିଜନଙ୍କ ପ୍ରତି ଦୁଇ ଲକ୍ଷ ଘୋଷଣା Reviewed by SUBHENDU BARAL on June 05, 2022 Rating: 5

No comments:

Powered by Blogger.