ଏହି ଗୋଟିଏ ଯୋଗାସନ ଆପଣଙ୍କ ପେଟ କମେଇଦେବ Pramod Behera

ଶରୀରକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ଯୋଗ ଅଭ୍ୟାସ ଓ ବ୍ୟାୟାମ କରିବା ସର୍ବୋତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ମନକୁ ଶାନ୍ତ ରଖିବା ସହିତ ଯୋଗ ଶାରୀରିକ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଏହା ଅନେକ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ।

ପେଟ କମେଇବା ଓ ଓଜନ ନିୟନ୍ତ୍ରଣ ରଖିବା ନେଇ ଏହା ଖୁବ ଏକ ଆବଶ୍ୟକୀୟ ପଦ୍ଧତି। ଅନେକ ରୋଗର ଆଶଙ୍କା କମେଇ ବା ନେଇ ନିୟମିତ ଭାବରେ ଯୋଗସନ ଅଭ୍ୟାସ ଅନେକ ଲାଭ ଦେଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ସବୁ ବୟସର ଲୋକଙ୍କ ପାଇଁ ଯୋଗାସନକୁ ନିତ୍ୟକର୍ମରେ ସାମିଲ କରିବା ନିହାତି ଜରୁରୀ।

ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍‌ ପୋଜ୍ ମଧ୍ୟ କୁହାଯାଏ।

ଶରୀରର ମାଂସପେଶୀକୁ ଟୋନିଂ ଏବଂ ମଜବୁତ କରିବାରେ ପ୍ଲାଙ୍କ୍‌ ପୋଜ୍‌ ଅତ୍ୟନ୍ତ ଉପକାରୀ। ଏହି ଯୋଗର ଅଭ୍ୟାସ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ପ୍ଲାଙ୍କ୍ ପୋଜ୍ ପେଟକୁ ମଜବୁତ କରିବା ସହିତ ପେଟର ଚର୍ବି ହ୍ରାସ କରିବାରେ ଏବଂ ଉନ୍ନତ ଫିଟ୍‌ନେସ୍ ଦେବାରେ ସାହାଯ୍ୟ କରେ।

ଉପକାର:

  • ଶାରିରୀକ ମୁଦ୍ରା, ସନ୍ତୁଳନ ଏବଂ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରେ
  • ପେଟର ଅଙ୍ଗ ପାଇଁ ଉପକାରୀ, ଅନେକ ପ୍ରକାରର ରୋଗର ଆଶଙ୍କା ହ୍ରାସ କରେ
  • ପେଟର ଶକ୍ତି ବୃଦ୍ଧି କରେ, ଯାହା ଶାରୀରିକ ସୁସ୍ଥତା ପାଇଁ ସାହାଯ୍ୟ କରିଥାଏ
  • ଶରୀରର ନମନୀୟତାକୁ ଉନ୍ନତ କରିଥାଏ।
  • ମେଟାବୋଲିଜିମ୍ ଉନ୍ନତ ହୁଏ।
  • ଉନ୍ନତ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ସହିତ ଏକାଗ୍ରତାକୁ ମଧ୍ୟ ପ୍ରୋତ୍ସାହିତ କରେ

 

ସାବଧାନତା:

ପ୍ଲାଙ୍କ୍ ପୋଜ୍ ଅଭ୍ୟାସ ହେତୁ ମାଂସପେଶୀ ଉପରେ ଚାପ ପଡିଥାଏ। ତେଣୁ ଲୋକମାନେ ଏହି ଯୋଗର ଅଭ୍ୟାସ ପ୍ରତି ଯତ୍ନବାନ ହେବା ଉଚିତ। ହୃଦ୍‌ଘାତ, ହାତ କିମ୍ବା ଗୋଡରେ ଆଘାତ, ଉଚ୍ଚ ରକ୍ତଚାପ, ଅଲସର୍ କିମ୍ବା ହାର୍ନିଆ, ସର୍ଭିକାଲ୍ ସ୍ପଣ୍ଡିଲାଇଟିସ୍, ବେକ କିମ୍ବା ଆଣ୍ଠୁ ଯନ୍ତ୍ରଣା, ପିଠି କିମ୍ବା କାନ୍ଧରେ ଆଘାତ ଲାଗିଥିବା ଲୋକମାନେ ଏହି ଯୋଗ ଅଭ୍ୟାସ କରିବା ଉଚିତ ନୁହେଁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/eEiWAPN
ଏହି ଗୋଟିଏ ଯୋଗାସନ ଆପଣଙ୍କ ପେଟ କମେଇଦେବ Pramod Behera ଏହି ଗୋଟିଏ ଯୋଗାସନ ଆପଣଙ୍କ ପେଟ କମେଇଦେବ Pramod Behera Reviewed by SUBHENDU BARAL on May 26, 2022 Rating: 5

No comments:

Powered by Blogger.