ଖେଳାଳିଙ୍କୁ ବିଦା କରି ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା : ଆଇଏଏସ ଅଫିସର ସଂଜୀବ ଖୀରୱାରଙ୍କୁ ଲଦାଖ, ପତ୍ନୀ ରିଙ୍କୁ ଧୁଗାଙ୍କୁ ଅରୁଣାଚଳ ବଦଳି Kanak News

କନକ ବ୍ୟୁରୋ : ଖେଳାଳିଙ୍କୁ ବିଦା କରି ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏଏସ ଅଫିସରଙ୍କୁ ମହଙ୍ଗା ପଡିଛି । ଦିଲ୍ଲୀର ତାଗରାଜ ଷ୍ଟାଡିୟମରେ ଆଇଏଏସ ଦଂପତି କୁକୁର ବୁଲାଇବା ଖବରକୁ ନେଇ ବିବାଦ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଦିଲ୍ଲୀ ସରକାରରେ ରାଜସ୍ୱ ସଚିବ ଭାବେ କାମ କରୁଥିବା ଆଇଏଏସ ଅଫିସର ସଂଜୀବ ଖୀରୱାରଙ୍କୁ ଲଦାଖ ବଦଳି କରାଯାଇଥିବା ବେଳେ ତାଙ୍କ ପତ୍ନୀ ରିଙ୍କୁ ଧୁଗାଙ୍କ ବଦଳି ଅରୁଣାଚଳ ପ୍ରଦେଶକୁ ବଦଳି କରାଯାଇଛି ।

ଗୁରୁବାର ଦିଲ୍ଲୀ ମୁଖ୍ୟ ସଚିବ ଗୃହମନ୍ତ୍ରାଳୟକୁ ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଆଇଏଏସ ଅଫିସର କୁକୁର ବୁଲାଇବା ପାଇଁ ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିଅମ୍ ଛାଡିବାକୁ ଖେଳାଳିଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସର ଏଭଳି ଏକ ରିପୋର୍ଟ ଆଇଏଏସ ଅଫିସରଙ୍କ ମନମୁଖୀ ଶାସନର ପର୍ଦ୍ଦାଫାଶ କରିଥିଲା ।

ଆଇଏଏସ ଅଧିକାରୀ ସଂଜୀବ ଖୀରୱାର ପ୍ରତିଦିନ ସନ୍ଧ୍ୟା ସାଢେ ୭ଟାରେ ନିଜ ପତ୍ନୀ ଓ କୁକୁର ସହ ୱାକ୍ ପାଇଁ ତ୍ୟାଗରାଜ ଷ୍ଟାଡିଅମରେ ପହଁଚିଥାନ୍ତି । ଆଉ ତାଙ୍କ ପହଁଚିବା ପୂର୍ବରୁ ଖେଳାଳୀ ଓ କୋଚଙ୍କୁ ସେମାନଙ୍କ ଟ୍ରେନିଂ ସାରି ଷ୍ଟାଡିଅମ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଉଥିଲା । ଏହି ଖବର ପ୍ରସାରଣ ପରେ ଆଇଏଏସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

The post ଖେଳାଳିଙ୍କୁ ବିଦା କରି ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା : ଆଇଏଏସ ଅଫିସର ସଂଜୀବ ଖୀରୱାରଙ୍କୁ ଲଦାଖ, ପତ୍ନୀ ରିଙ୍କୁ ଧୁଗାଙ୍କୁ ଅରୁଣାଚଳ ବଦଳି first appeared on Kanak News.



from Kanak News https://ift.tt/H2kI0F5 https://ift.tt/IhaweVr
ଖେଳାଳିଙ୍କୁ ବିଦା କରି ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା : ଆଇଏଏସ ଅଫିସର ସଂଜୀବ ଖୀରୱାରଙ୍କୁ ଲଦାଖ, ପତ୍ନୀ ରିଙ୍କୁ ଧୁଗାଙ୍କୁ ଅରୁଣାଚଳ ବଦଳି Kanak News ଖେଳାଳିଙ୍କୁ ବିଦା କରି ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା : ଆଇଏଏସ ଅଫିସର ସଂଜୀବ ଖୀରୱାରଙ୍କୁ ଲଦାଖ, ପତ୍ନୀ ରିଙ୍କୁ ଧୁଗାଙ୍କୁ ଅରୁଣାଚଳ ବଦଳି Kanak News Reviewed by SUBHENDU BARAL on May 26, 2022 Rating: 5

No comments:

Powered by Blogger.