ଭଗବାନ କାହାକୁ ବି କେବେ ଊଣା କରି ଜନ୍ମ ଦିଅନ୍ତି ନାହିଁ। ଯଦି କେବେ ତାଙ୍କ ତରଫରୁ କିଛି ଭୁଲ୍ ରହିଯାଏ, ତେବେ ସେ ନିଜେ ଏହାର କ୍ଷତିପୂରଣ କରି ଦିଅନ୍ତି। ସନ୍ତୁଳନ ବଜାୟ କୌଶଳ ତାଙ୍କ ଠାରୁ ବା ଅଧିକ ଆଉ କିଏ ଜାଣେ। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏକ ଶିଶୁ କନ୍ୟାକୁ ଶାରୀରିକ ବିକୃତି କରି ଜନ୍ମ ଦେଇଦେଲେ ଭଗବାନ। ତାଙ୍କ ପିତାମାତା ଖୁସିରେ ତାଙ୍କୁ ଗ୍ରହଣ କରିନେଲେ। ଆଉ ଏହି କୁନି ଝିଅ ନିଜ ବଳରେ ବାପାମାଆଙ୍କୁ ଏକ ନୂଆ ପରିଚୟ ଦେଇଛି।
ସବୁଠାରୁ କମ ବୟସରେ ମଡେଲ୍ ହୋଇଯାଇଥିବା ୭ ମାସର ଇସା ସ୍ଲାଶ୍ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଶିଶୁ ଖାଦ୍ୟ କମ୍ପାନୀ ‘ଗରବର’ର ଶିଶୁ ମଡେଲ୍ ହୋଇ ଏହି କୁନି ଝିଅ ଇତିହାସ ସୃଷ୍ଟି କରିଛି। ଜନ୍ମରୁ ଗୋଡରେ କୌଣସି ଫିମର ବୋନ୍ ନଥିଲା, କିନ୍ତୁ ସେ ସବୁବେଳେ ଖୁସି ରହୁଥିବାରୁ ସେ ‘ଗରବର’ର ମୁଖ୍ୟ ଶିଶୁ ମଡେଲ୍ ଭାବରେ ମନୋନୀତ ହୋଇଛନ୍ତି। ଏନେଇ ସେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଜିତିଛନ୍ତି। ୨୨୫,୦୦୦ ଆବେଦନ କରିଥିଲେ ମଧ୍ୟ ଗରବର୍ ପରି ବଡ ବ୍ରାଣ୍ଡ ଈସା ସ୍ଲାଶ୍ଙ୍କୁ ଲିଡ୍ ଚେହେରା ବାଛିଥିଲା।
ଓକାଲୋହୋମାର ମେରେଡିଥ ଏବଂ ଜନ୍ ସ୍ଲାଶ୍ଙ୍କ ଝିଅ ଈସା ଯେତେବେଳେ ମା ପେଟରେ ଥିଲା ସେତେବେଳେ ଝିଅର ବିରଳ ରୋଗ ବିଷୟରେ ମା’ ଜାଣିବାକୁ ପାଇଥିଲେ। ତଥାପି ସେ ତାଙ୍କୁ ଏ ଦୁନିଆକୁ ଆଣି ବହୁତ ପ୍ରେମ ଦେଇଥିଲେ। ଈସା ବିନା ଫିମର ବୋନ୍ରେ ଜନ୍ମ ହୋଇଥିଲା। ଏହା ସତ୍ତ୍ୱେ ସେ ସବୁବେଳେ ହସୁଥିଲା।
ତା’ର ମୁହଁରେ ସବୁବେଳେ ହସ ଥିବାରୁ ଏଭଳି ଏକ କମ୍ପାନୀ ତାକୁ ବାଛିଥିଲା। ଈସା ସ୍ଲାଶର ଫଟୋ ଚୟନ ହେବା ପରେ ତା’ ବାପାମାଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଫଳାଫଳ ପ୍ରକାଶ ପାଇବା ମାତ୍ରେ ସେ ଏକ ଲାଇଭ୍ ଶୋ’ରେ ଥିଲେ, ଯେଉଁଠାରେ ମା’ କହିଥିଲେ ଯେ ଆମର ଶିଶୁ କନ୍ୟାର ବିଜୟ ପାଇଁ ଆମେ ଗର୍ବିତ। ଆଶାକରେ ସେ ଅନ୍ୟ ପିଲାମାନଙ୍କୁ ମଧ୍ୟ ସଚେତନ କରିବ। ଏହି ବିଜୟ ସହିତ ୨୫,୦୦୦ ଡଲାର୍ ନଗଦ ପୁରସ୍କାର ସହିତ ସ୍ଲାସ୍ ପରିବାର ଗେର୍ବର୍ ୧୦୦୦ ଡଲାରର ଏକ ଆଲମାରୀ ପାଇବେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/Sz7B9K1
No comments: