ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର, ଚାକରିରେ ହୋଇପାରେ ପଦୋନ୍ନତି Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର । ତିଥି – ୬ଷ୍ଠୀ ଦିବା ୦୨/ ୫୯/୩୩  ଗତେ ୭ମୀ ଚନ୍ଦ୍ର- ମକର ଅହୋରାତ୍ର, ଘାତ ଚନ୍ଦ୍ର- ସିଂହ ରାଶିର ଅହୋରାତ୍ର, ଘାତ ବାର- ବୃଷ , ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ପାଦ- କୃଷିହାନି-ଭୂମିଦାନ  ଦିବା ୦୨/୫୯/୩୩ ଗତେ ୨ପାଦ-କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ।  

ଶୁଭ ସମୟ-  ଦିବା ୧୦/୦୫/୪୪ ରୁ  ୧୨/୦୯/୨୩ , ଦିବା ୦୨/୫୮/୩୪ ରୁ ୦୩/୩୭/୩୭ , ରାତ୍ରି ୦୭/୩୬/୦୯ ରୁ ୦୭/୪୧/୩୯, ରାତ୍ରି ୧୧/୨୧/୧୬ ରୁ ୦୧/୩୩/୦୨, ରାତ୍ରି ୦୩/୦୦/୫୩ ରୁ ୦୩/୫୦/୧୮
ଅଶୁଭ ସମୟ- ରାହୁକାଳ- ଦିବା ୦୮/୨୮/୦୮ ରୁ ୧୦/୦୫/୪୪, କାଳବେଳା-ପ୍ରାପ୍ତ ୦୫/୧୨/୫୪ ରୁ ୦୬/୫୦/୩୧ ଓ ଦିବା ୦୪/୩୬/୧୧ ରୁ ୦୬/୧୩/୪୮, ବାରବେଳା –ଦିବା ୦୧/୨୦/୫୮ ରୁ ୦୨/୫୮/୩୪, କାଳରାତ୍ରି- ସନ୍ଧ୍ୟା ୦୬/୧୩/୪୮ ରୁ ୦୭/୩୬/୦୯ ଓ ରାତ୍ରି ୦୩/୫୦/୧୮ ରୁ ୦୫/୧୨/୩୯

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ- ଆଶା କରୁଥିବା ଦିଗରୁ ସଫଳତା ପାଇବେ। ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ ହେବେ। ଯାତ୍ରା ସମୟରେ କୌଣସି ପଦ ବ୍ୟକ୍ତିଙ୍କ ସାନିଧ୍ୟ ପାଇ ପାରନ୍ତି।  
ପ୍ରତିକାର- ମହାଦେବଙ୍କୁ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ   

ବୃଷ- ଆୟ ବଢିବ। ଚାକିରିରେ ପଦୋନ୍ନତି ହୋଇପାରେ। ନୂତନ ବ୍ୟବସାୟ ଆରମ୍ଭ କରିବେ। ମହିଳାମାନେ ଉଚ୍ଚମନା ହେବେ।
ପ୍ରତିକାର – ମା ଲକ୍ଷ୍ମୀଙ୍କୁ କିସ୍‌ମିସ୍ ଅର୍ପଣ କରନ୍ତୁ   

ମିଥୁନ- ଦୀର୍ଘଦିନର ଅଭିଳାଷ ପୂରଣ ହେବ। କର୍ମକ୍ଷେତ୍ରରେ ଚାପ ବଢିଯିବ ଓ ପଡୋଶୀଙ୍କ ସହିତ କଳହ ଲାଗିପାରେ। ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ।
ପ୍ରତିକାର- ପ୍ରଭୂ ଗଣେଷଶଙ୍କୁ ଦୂବ ଦାନ କରନ୍ତୁ

କର୍କଟ- ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ କଟାଇବେ। 
ପ୍ରତିକାର – କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

ସିଂହ- କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ। ହଠାତ୍‌ କୌଣସି ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭବାନ ହେବେ ଓ ସାଂସାରିକ ଜୀବନରେ ଚିନ୍ତାରେ ରହିବେ।
ପ୍ରତିକାର - ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

କନ୍ୟା- ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା କଥା ଭୁଲି ସମ୍ପର୍କ ରକ୍ଷା କରିବେ। ପ୍ରଶାସନିକ ସ୍ତରରେ ସକ୍ରିୟ ରହିବେ। ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ।
ପ୍ରତିକାର – ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ

ତୁଳା- କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିବେ।
ପ୍ରତିକାର - ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା- ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରିବେ। ମହିଳାମାନେ ଘର ଭିତରେ ବ୍ୟସ୍ତ ରହିପାରନ୍ତି।
ପ୍ରତିକାର – ମଥାରେ ଚନ୍ଦନ ଲଗାଇ ଦିନ ଆରମ୍ଭ କରନ୍ତୁ

ଧନୁ- ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ପରିବାର ଭିତରେ ଭୁଲ୍‌ ବୁଝାବଣା ହେବ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।    
ପ୍ରତିକାର-  ସକାଳୁ ଉଠି ପିତାମାତାଙ୍କ ଚରଣ ସ୍ପର୍ଶ କରନ୍ତୁ

ମକର- ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ମନକୁ ଅସ୍ଥିର କରାଇବ। ପଡୋଶୀଙ୍କ ସହିତ ବିବାଦଗ୍ରସ୍ତ ହେବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।
ପ୍ରତିକାର - ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ

କୁମ୍ଭ- ଶତ୍ରୁତାର ପରିସମାପ୍ତି ଘଟିପାରେ। ବାରମ୍ବାର କାମରେ ପରିବର୍ତ୍ତନ ମନରେ ଚିନ୍ତା ସୃଷ୍ଟି କରିବ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।
ପ୍ରତିକାର – କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମୀନ- ଅତି ଭଲ ସମ୍ପର୍କ ଥିବା ଲୋକ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଘରେ ଆଲୋଚନା କରିପାରନ୍ତି। ନୂତନ ଯାନବାହନ କିଣିବା ପାଇଁ ମନସ୍ଥ କରିବେ।
ପ୍ରତିକାର – ବିଷ୍ଣୁଙ୍କ ପାଖରେ ତୁଳସୀ ଅର୍ପଣ କରନ୍ତୁ

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)



from Latest Odisha News, Breaking News Today | Top Updates on Corona - OTV News https://ift.tt/jvDKfTC
ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର, ଚାକରିରେ ହୋଇପାରେ ପଦୋନ୍ନତି Rajalaxmi Sahoo ଏହି ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଖୁସି ଖବର, ଚାକରିରେ ହୋଇପାରେ ପଦୋନ୍ନତି Rajalaxmi Sahoo Reviewed by SUBHENDU BARAL on May 20, 2022 Rating: 5

No comments:

Powered by Blogger.