ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଉପ ବାଚସ୍ପତି : ଭିଡିଓ ଭାଇରାଲ ପରେ ବଢିଲା ବିବାଦ

ନୂଆଦିଲ୍ଲୀ ୨୧/୦୫: ହିମାଚଳ ପ୍ରଦେଶ ବିଧାନସଭାର ଉପାଧ୍ୟକ୍ଷ ହଂସରାଜ ବିବାଦରେ । ସେ ଚମ୍ବା ଜିଲ୍ଲାରେ ଥିବା ଏକ ସ୍କୁଲରେ ଜଣେ ଛାତ୍ରଙ୍କୁ ମାଡ ମାରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପୁରା ଘଟଣା ଚମ୍ବା ଜିଲ୍ଲାର ରୈଲା ଗ୍ରାମରେ ଥିବା ରାଜକୀୟ ମାଧ୍ୟମିକ ସ୍କୁଲରେ ଘଟିଛି ।

ତେବେ ଏହି ମାମଲାରେ ଛାତ୍ରର ପିତା ହଂସରାଜଙ୍କ ପାଇଁ ସଫେଇ ଦେଇଛନ୍ତି । ହଂସରାଜ କିଛି ବୁଝାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କ ହାତ ଛାତ୍ରଙ୍କ ଉପରେ ଭୁଲରେ ବାଜି ଯାଇଥିବା ସେ କହିଛନ୍ତି ।

ରାଗିଯାଇ ଛାତ୍ରଙ୍କୁ ମାଡ

ସୂଚନାନୁସାରେ, ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ହଂସରାଜ ଏକ ସ୍କୁଲରେ ଛାତ୍ରଙ୍କ ସହ ଆଲୋଚନା କରୁଛନ୍ତି । ଏହାମଧ୍ୟରେ ଜଣେ ଛାତ୍ର ହଠାତ କୌଣସି କାରଣରୁ ହସୁଥିବା ନଜର ଆସିଥିଲା । ଏଥିରେ ରାଗିଯାଇ ହଂସରାଜ ସଂପୃକ୍ତ ଛାତ୍ରଙ୍କୁ ମାଡ ମାରିଥିଲେ ।

ଏହି ଘଟଣାକୁ ନେଇ କଂଗ୍ରେସ ଉପ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । କଂଗ୍ରେସ ବିଧାୟକ ବିକ୍ରମାଦିତ୍ୟ ସିଂ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ତଦନ୍ତ ଦାବି କରିଛନ୍ତି ।



from Prameya News7 https://ift.tt/81LiATG
ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଉପ ବାଚସ୍ପତି : ଭିଡିଓ ଭାଇରାଲ ପରେ ବଢିଲା ବିବାଦ ସ୍କୁଲରେ ଛାତ୍ରଙ୍କୁ ପିଟିଲେ ଉପ ବାଚସ୍ପତି : ଭିଡିଓ ଭାଇରାଲ ପରେ ବଢିଲା ବିବାଦ Reviewed by SUBHENDU BARAL on May 20, 2022 Rating: 5

No comments:

Powered by Blogger.