କରୋନା ପରେ ଏବେ ଚିନ୍ତା ପାଲଟିଛି ‘ଟମାଟୋ ଫ୍ଲୁ’ ? ଜାଣନ୍ତୁ କାହିଁକି ଏହା ବ୍ୟାପୁଛି Otv Khabar Bureau

ସ୍ୱାଇନ୍‌ ଫ୍ଲୁ, ବାର୍ଡ ଫ୍ଲୁର ନାଁ ତ ଆପଣ ମାନେ ଶୁଣିଥିବେ। ହେଲେ ଟମାଟୋ ଫ୍ଲୁ ନାଁ ହୁଏତ ଆପଣମାନେ ଶୁଣିନଥିବେ। କିନ୍ତୁ ଟମାଟୋ ଫ୍ଲୁକୁ ନେଇ ଏବେ ଦେଶରେ ହାଇଆଲର୍ଟ। ଦକ୍ଷିଣ ଭାରତରେ ଟମାଟୋ ଫ୍ଲୁ ଏବେ ସାଇଁ ସାଇଁ ସଂକ୍ରମଣ କରୁଛି। ସ୍ଥିତି ଏମିତି ହେଲାଣି ଯେ, କର୍ଣ୍ଣାଟକ ଓ ତାମିଲନାଡ଼ୁ ସରକାର ଏହି ରୋଗ ପାଇଁ ହାଇଆଲର୍ଟ ଜାରି କରିଛନ୍ତି ।

ଜାଣନ୍ତୁ କାହିଁକି ବ୍ୟାପୁଛି ଟମାଟୋ ଫ୍ଲୁ

ବର୍ତ୍ତମାନ ପିଲାଙ୍କ ପାଇଁ ନୂଆ ବିପଦ ଆଣିଦେଇଛି ଟମାଟୋ ଫ୍ଲୁ। ଚାହୁଁ ଚାହୁଁ ପିଲାଙ୍କୁ ସଂକ୍ରମଣ କରୁଛି ଏହି ମାରାତ୍ମତ ରୋଗ। କର୍ଣ୍ଣାଟକର ମାଙ୍ଗାଲୁରୁ, ଉଡୁପି, କୋଡାଗୁ, ଚାମରାଜନଗର ଓ ମହିଶୂର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ବିଶେଷ ଭାବରେ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣଙ୍କ ପିଲାଙ୍କ ଦେହରେ ଏହି ରୋଗରେ ଲକ୍ଷଣ ଦେଖାଯାଉଛି ତେବେ ପ୍ରଥମେ ଚର୍ମରେ ଗାଢ ଲାଲ୍‌ ରଙ୍ଗର ଫୋଟକା ହେଉଥିବା ଦେଖା ଦେଇଛି। ଏହାସହ ଜ୍ୱର ହେବା ପରେ ତାହା ଧୀରେ ଧୀରେ ବଢିବ। ଦେହ ହାତ କୁଣ୍ଡାଇ ହେବା ସହ ଦେହରେ ଥିବା ସବୁ ଗଣ୍ଠି ଫୁଲିଯିବ। ଟିକିଏ କାମ କଲେ ହାଲିଆ ଲାଗିବା ପରି ଅନୁଭବ ହେବ। ଯଦି ଆପଣଙ୍କ ପିଲାଙ୍କ ଶରୀରରେ ଏପରି ଲକ୍ଷଣ ଦେଖାଯାଉଛି ତେବେ ସାଙ୍ଗେ ସାଙ୍ଗେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅପରିଷ୍କାର ହେଲେ ଏହି ରୋଗ ବ୍ୟାପିବାର ଅଧିକ ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ପିଲାଙ୍କୁ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନଖାଇବାକୁ ବି ପରାମର୍ଶ ଦେବା ସହ ଆବଶ୍ୟକୀୟ ମୁତାବକ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ଶରୀରରେ ଯେପରି ଜଳୀୟ ଅଂଶ ନକମିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସଂକ୍ରମଣରେ ପିଲା ସଂକ୍ରମିତ ହେଲେ ଯେମିତି ଶରୀରରେ କୌଣସି ଘା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ବି କୁହାଯାଇଛି। ଏମିତିକି ସଂକ୍ରମିତ ବ୍ୟକ୍ତିଙ୍କ ପାଖକୁ ନଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ମୋଟ୍‌ ଉପରେ ଟମାଟୋ ଫ୍ଲୁ ର ଟମାଟୋ ସହ କୌଣସି ସମ୍ପର୍କ ନାହିଁ। ଏହା ଏକ ବିରଳ ସଂକ୍ରାମକ ରୋଗ। ଆକ୍ରାନ୍ତମାନଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ ଟମାଟୋ ପରି ଦେଖାଯାଉଥିବାରୁ ଏହାର ନାଁ ଟମାଟୋ ଫ୍ଲୁ ରଖାଯାଇଛି। ତେବେ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ପରିମାଣରେ ଦେଖାଯାଉଥିବା ଲକ୍ଷ୍ୟ କରାଯାଇଛି ।



from Latest Odisha News, Breaking News Today | Top Updates on Corona - OTV News https://otvkhabar.in/news/miscellaneous/what-is-tomato-flu-who-does-it-affect-/89991
କରୋନା ପରେ ଏବେ ଚିନ୍ତା ପାଲଟିଛି ‘ଟମାଟୋ ଫ୍ଲୁ’ ? ଜାଣନ୍ତୁ କାହିଁକି ଏହା ବ୍ୟାପୁଛି Otv Khabar Bureau କରୋନା ପରେ ଏବେ ଚିନ୍ତା ପାଲଟିଛି ‘ଟମାଟୋ ଫ୍ଲୁ’ ? ଜାଣନ୍ତୁ କାହିଁକି ଏହା ବ୍ୟାପୁଛି Otv Khabar Bureau Reviewed by SUBHENDU BARAL on May 12, 2022 Rating: 5

No comments:

Powered by Blogger.