ଦିଲ୍ଲୀର ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ: ୧୬ ଜଣଙ୍କ ମୃତଦେହ ଉଦ୍ଧାର Kanak News

କନକ ବ୍ୟୁରୋ: ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ୩ ମହଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି । ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସନ୍ଧ୍ୟା ୪ଟା ୪୫ରେ ଏକ ଅଫିସରେ ନିଆଁ ଲାଗିବା ଖବର ପୋଲିସ ପାଖରେ ପହଞ୍ଚିଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । କୋଠାର ଝରକା ଭାଙ୍ଗି ଉଦ୍ଧାର କାମ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ୯ ଦମକଳବାହିନୀ ଉପସ୍ଥିତ ଅଛନ୍ତି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାକୁ ଆମ୍ବୁଲାନ୍ସ ବି ରହିଛି ।

The post ଦିଲ୍ଲୀର ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ: ୧୬ ଜଣଙ୍କ ମୃତଦେହ ଉଦ୍ଧାର first appeared on Kanak News.



from Kanak News https://ift.tt/mEUOps3 https://ift.tt/iRpYs4t
ଦିଲ୍ଲୀର ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ: ୧୬ ଜଣଙ୍କ ମୃତଦେହ ଉଦ୍ଧାର Kanak News ଦିଲ୍ଲୀର ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ: ୧୬ ଜଣଙ୍କ ମୃତଦେହ ଉଦ୍ଧାର Kanak News Reviewed by SUBHENDU BARAL on May 13, 2022 Rating: 5

No comments:

Powered by Blogger.