ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK, ଲାଇଭ୍‌ କନସର୍ଟ ପରେ ହୋଇପଡିଥିଲେ ଅଚେତ

କୋଲକାତା ୦୧।୦୬: ସଙ୍ଗୀତ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବଲିଉଡ୍ ପ୍ରସିଦ୍ଧ ସିଙ୍ଗର କେକେ ଓରଫ କ୍ରୃଷ୍ଣ କୁମାର କୁନ୍ନଥଙ୍କର ଦେହାନ୍ତ ହୋଇଛି । କୋଲକାତାର ଏକ କନସର୍ଟରେ ସଙ୍ଗୀତ ପରିବେଷଣ ସମୟରେ ତାଙ୍କର ଦେହାନ୍ତ ହୋଇଛି । ମାତ୍ର ୫୩ ବର୍ଷ ବୟସରେ କେକେଙ୍କର ମୃତ୍ୟୁ ହୋଇଛି । ହିନ୍ଦି , ତେଲଗୁ, କନ୍ନଡ, ତାମିଲ, ବେଙ୍ଗଲି , ଗୁଜୁରାଟି , ମରାଠୀ , ଅହମିୟ ଆଦି ବିଭିନ୍ନ ଭଷାରେ ସେ ଶତାଧିକ ଗୀତ ଗାଇଛନ୍ତି।

ଖବର ଅନୁଯାୟୀ, କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ  ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବଲିଉଡର ଏହି ଲୋକ ପ୍ରିୟ କଣ୍ଠଶିଳ୍ପୀ କେକେଙ୍କର ନିଧନରେ ସବୁଠି ଶୋକର ଛାୟା ଖେଳିଯାଇଛି । କେକେଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଶୋକ ପ୍ରକାଶ କରିଛନ୍ତି ।



from Prameya News7 https://ift.tt/PHfzTEi
ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK, ଲାଇଭ୍‌ କନସର୍ଟ ପରେ ହୋଇପଡିଥିଲେ ଅଚେତ ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK, ଲାଇଭ୍‌ କନସର୍ଟ ପରେ ହୋଇପଡିଥିଲେ ଅଚେତ Reviewed by SUBHENDU BARAL on May 31, 2022 Rating: 5

No comments:

Powered by Blogger.