ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK : କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ହୋଇପଡିଥିଲେ ଅସୁସ୍ଥ Kanak News

କନକ ବ୍ୟୁରୋ : ପରଲୋକରେ ଲୋକପ୍ରିୟ ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ । ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ସେ ଦକ୍ଷିଣ କୋଲକାତାର ଏକ ଷ୍ଟେଜ ଶୋ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳ ୯ଟାରେ ତାଙ୍କର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏହି ଲୋକପ୍ରିୟ ସିଙ୍ଗରଙ୍କ ପ୍ରକୃତ ନାମ କୃଷ୍ଣକୁମାର କୁନାଥ ।

ସେ କେକେ ଭାବରେ ନିଜର ଫ୍ୟାନଙ୍କ ପାଖରେ ବେଶ ପରିଚିତ । ପ୍ରଥମ ଥର ପାଇଁ ସେ ୧୯୯୬ରେ ଗୁଲଜାରଙ୍କ ହମ୍ ବ୍ୱ ଗଲିଆଁ ଗୀତ ଗାଇଥିଲେ । ଏହା ଏକ ଫିଲ୍ମର ଗୀତ ଥିଲା । ସେହିପରି ୧୯୯୯ରେ ପଲ୍ ନାମକ ଏକ ଆଲବମରେ ଗୀତ ଗାଇଥିଲେ । ସେ ୯ଟି ଭାଷାରେ ୭ ଶହରୁ ଅଧିକ ଗୀତ ଗାଇଥିବା ସୂଚନା ରହିଛି । ବଲିଉଡର ଅନକେ ହିଟ୍ ଗୀତ ଗାଇଛନ୍ତି । ସଲମାନ ଖାନ ଏବଂ ଐଶ୍ୟର୍ଯ୍ୟା କପୁରଙ୍କ ଅଭିନୀତ ହମ୍ ଦିଲ୍ ଦେ ଚୁକେ ସନମ୍ ଫିଲ୍ମ, ଅଭିଷେକ ବଚ୍ଚନଙ୍କ ଦସ ଫିଲ୍ମର ଟାଇଟେଲ ଟ୍ରାକ ଦସ୍ ବାହାନେ, ପ୍ରିୟଙ୍କା ଚୋପ୍ରା ଏବଂ ଅର୍ଜୁନ କପୁରଙ୍କ ଗୁଣ୍ଡେ ଫିଲ୍ମର ତୁନେ ମୋରି ଏଂଟ୍ରି ଇତ୍ୟାଦି ଅନେକ ଗୀତ ଗାଇଛନ୍ତି । ୧୯୬୮ ମସିହା ଅଗଷ୍ଟ ୨୩ରେ ନୂଆଦିଲ୍ଲୀରେ କେକେ ଜନ୍ମ ଗ୍ରହଣ କରିଥିଲେ ।

The post ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK : କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ହୋଇପଡିଥିଲେ ଅସୁସ୍ଥ first appeared on Kanak News.



from Kanak News https://ift.tt/jSwvX4o https://ift.tt/hHrKwZX
ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK : କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ହୋଇପଡିଥିଲେ ଅସୁସ୍ଥ Kanak News ପରଲୋକରେ ବଲିଉଡର ଲୋକପ୍ରିୟ ଗାୟକ KK : କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ହୋଇପଡିଥିଲେ ଅସୁସ୍ଥ Kanak News Reviewed by SUBHENDU BARAL on May 31, 2022 Rating: 5

No comments:

Powered by Blogger.