
କନକ ବ୍ୟୁରୋ : ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ପଶ୍ଚିମବଙ୍ଗ ଟୁରିଷ୍ଟ ବସ୍ । ୬ ମୃତ ୩୭ରୁ ଅଧିକ ଆହତ । ଗଞ୍ଜାମ ଭଞ୍ଜନଗର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ନିକଟରେ ଏହି ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବେଳେ ଏହି ଟୁରିଷ୍ଟ ବସ୍ ଦୁର୍ଘଟଣାର ଶିକାର ହୋଇଛି । ବସରେ ମୋଟ୍ ୭୭ ଜଣ ଥିଲେ । ୬ ମୃତକଙ୍କ ମଧ୍ୟରୁ ୪ ମହିଳା, ଦୁଇ ପୁରୁଷ । ଆହତଙ୍କୁ ଦୁର୍ଗାପ୍ରସାଦ ଅଞ୍ଚଳର ଯୁବକ ସଂଘ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
୩୭ରୁ ଅଧିକ ଆହତଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ୨୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେହିପରି ୧୬ ଜଣ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ବସଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରୁ ଫେରି ଭଞ୍ଜନଗର ଦେଇ ଯାଉଥିଲା ବିଶାଖାପାଟଣା । ଏହି ସମୟରେ ଦୁର୍ଘଟଣା ଘଟିିଛି । ବ୍ରେକ ଫେଲ ହେବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି ।
The post ବିଳମ୍ବିତ ରାତିରେ ଦୁର୍ଘଟଣା : ଓଲଟିଲା ଟୁରିଷ୍ଟ ବସ୍; ୬ ମୃତ, ୩୭ରୁ ଅଧିକ ଆହତ first appeared on Kanak News.
from Kanak News https://ift.tt/UoWMR4O https://ift.tt/A5iwBpj
No comments: