ବିହାରରେ କାଳବୈଶାଖୀର ତାଣ୍ଡବ : ବଜ୍ରପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ Kanak News

କନକ ବ୍ୟୁରୋ : ବିହାରରେ କାଳବୈଶାଖୀର ତାଣ୍ଡବ । ବଜ୍ରପାତ ହେତୁ ୩୩ ଜଣଙ୍କର ମୃତ୍ୟୁ ଘଟିଛି । ଭଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣ ବ୍ୟକ୍ତିିଙ୍କ ମତ୍ୟୁ ହୋଇଥିବା ବେଳେ ମୁଜାଫରପୁର ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । କାଳବୈଶାଖୀ ଯୋଗୁ ଭାଙ୍ଗିଥିବା ଘର, ଫସଲର ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଘୂର୍ଣ୍ଣିବଳୟ ଓ ପାଣି ଯୋଗୁଁ ଅନେକ ଗଛ ଖସିପଡ଼ିଥିବା ବେଳେ ପାଟନାର ମେନେରରେ ୬ ଟି ଡଙ୍ଗା ବୁଡ଼ି ଯାଇଛି । ୬୦ କିଲୋମିଟର ବେଗରେ ଘୂର୍ଣ୍ଣିବଳୟ ଓ ବର୍ଷା ଯୋଗୁଁ ରାଜ୍ୟରେ ସାଧାରଣ ଜୀବନ ବ୍ୟାହତ ହୋଇଛି । ବିଶେଷକରି ଉତର ବିହାର, ପୂର୍ବ ବିହାର ଏବଂ କୋସି-ସିମାନଚାଲ ଅଧିକ ପ୍ରଭାବିତ ହୋଇଛି । ସହରର ବିଭିନ୍ନ ଅଞ୍ଚଳରେ ପ୍ରାୟ ୫୫ଟି ପୋଲ ଓ ୫ ଟି ଟ୍ରାନ୍ସଫର୍ମର ଗଡ଼ି ପଡ଼ିଛି । ଘୂର୍ଣ୍ଣିବଳୟ ଓ ଜଳ ମଧ୍ୟରେ ପାଟନା ସମେତ ଅନେକ ଜିଲ୍ଲାରେ ଗଛ ଓ ବିଦ୍ୟୁତ୍ ପୋଲ ଭାଙ୍ଗି ଯାଇଛି । ଝଡ ଯୋଗୁ ପାଟନାରେ ରେଳ ଚଳାଚଳ ସହିତ ୨୦ ମିନିଟ ପାଇଁ ବିମାନ ସେବା ବ୍ୟାହତ ହୋଇଥିଲା ।

The post ବିହାରରେ କାଳବୈଶାଖୀର ତାଣ୍ଡବ : ବଜ୍ରପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ first appeared on Kanak News.



from Kanak News https://ift.tt/3bVYeo6 https://ift.tt/jbyO2tA
ବିହାରରେ କାଳବୈଶାଖୀର ତାଣ୍ଡବ : ବଜ୍ରପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ Kanak News ବିହାରରେ କାଳବୈଶାଖୀର ତାଣ୍ଡବ : ବଜ୍ରପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ Kanak News Reviewed by SUBHENDU BARAL on May 20, 2022 Rating: 5

No comments:

Powered by Blogger.