ଚାରିଧାମ ଯାତ୍ରା: ଯମୁନୋତ୍ରୀ ଘାଟରୁ ଫେରିବା ବେଳେ ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରକାଶୀ ୧୩/୦୫ : ଗୁରୁବାର ବିଳମ୍ୱିତ ରାତ୍ରିରେ ଯମୁନୋତ୍ରୀ ଧାମରୁ ଫେରୁଥିବା ଜଣେ ଯାତ୍ରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଯାତ୍ରୀ ଘୋଡ଼ାରୁ ତଳକୁ ପଡ଼ିଯିବାରୁ ପ୍ରାଣ ହରାଇଛନ୍ତି। 

ଯମୁନୋତ୍ରୀ ଧାମରେ ଏବେ ସୁଦ୍ଧା ୧୨ ଜଣ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଛନ୍ତି । ସେହିପରି ଜଣେ ବ୍ୟକ୍ତି ଘୋଡ଼ାରୁ ତଳକୁ ପଡ଼ି ଆହତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଗଙ୍ଗୋତ୍ରୀ ଘାଟରେ ୩ ଜଣ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଦୁଇଟି ଧାମରେ ହୃଦଘାତରେ ମୋଟ ମୃତକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି ।

ସୂଚନା ଅନୁସାରେ, ଗୁରୁବାର ଯମୁନୋତ୍ରୀ ଘାଟରୁ ଦର୍ଶନ ସାରି ଫେରୁଥିବା ବେଳେ ରାମ ମନ୍ଦିର ପାଖରେ ରାମ ଚନ୍ଦ ନାମକ ବ୍ୟକ୍ତି ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଯାନକି ଚଟ୍ଟି ଅଣାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସେହିପରି ବନ୍ଦେଲିଗାଡ଼ ପୁଲ୍‌ ପାଖରେ ଘୋଡ଼ାରୁ ପଡ଼ି ବାବୁ ପ୍ରସାଦ ନାମକ ବ୍ୟକ୍ତି ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ଯାନକି ଚଟ୍ଟି ଅଣାଯାଇଥିଲା। ସେଠାରେ ତାଙ୍କୁ ଚିକିତ୍ସକ ମୃତ ଘୋଷଣା କରିଛନ୍ତି। ମୃତକ ବାବୁ ପ୍ରସାଦ ବିହାର ଚମ୍ପାରଣର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି। ଏହି ମୃତ ବ୍ୟକ୍ତିମାନଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ସ୍ଥାନୀୟ ଥାନାଧିକାରୀ କହିଛନ୍ତି।



from Prameya News7 https://ift.tt/I4WHQev
ଚାରିଧାମ ଯାତ୍ରା: ଯମୁନୋତ୍ରୀ ଘାଟରୁ ଫେରିବା ବେଳେ ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ ଚାରିଧାମ ଯାତ୍ରା: ଯମୁନୋତ୍ରୀ ଘାଟରୁ ଫେରିବା ବେଳେ ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ Reviewed by SUBHENDU BARAL on May 13, 2022 Rating: 5

No comments:

Powered by Blogger.