ବେଙ୍ଗାଲୁରୁକୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ, ପ୍ଲେ  ଅଫ ଆଶା ଉଜ୍ଜିବୀତ

ମୁମ୍ବାଇ: ଲିୟାମ ଲିଭିଙ୍ଗଷ୍ଟୋନ ଏବଂ ଜୋନି ବେୟାରଷ୍ଟୋଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ମାପଚୁପ ବୋଲିଂ ବଳରେ ପଞ୍ଜାବ କିଙ୍ଗ୍ସ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ବଡ ବିଜୟ ହାସଲ କରିଛି। ଆଇପିଏଲର ୬୦ତମ ମୁକାବିଲାରେ ବେଙ୍ଗାଲୁରୁକୁ ୫୪ ରନରେ  ହରାଇଛି ପଞ୍ଜାବ। ୧୨ଶ ମୁକାବିଲାରୁ ପଞ୍ଜାବ ୬ ବିଜୟ ସହ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖି ଷଷ୍ଠ ସ୍ଥାନକୁ ଉଠିଛି। ୧୩ମ ମ୍ୟାଚରୁ ଅଷ୍ଟମ ପରାଜୟ ସତ୍ତ୍ଵେ ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ  ରହିଛି। ପଞ୍ଜାବ ହାତରେ ଆଉ ଦୁଇଟି ମ୍ୟାଚ୍ ଥିବା ବେଳେ ବେଙ୍ଗାଲୁରୁ ହାରେ ରହିଛି ମାତ୍ର ଗୋଟିଏ ମ୍ୟାଚ୍।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୦୯ ରନ କରିଥିଲା। ଦଳ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟୋନ ୪୨ ବଲରୁ ୭୦ ଏବଂ ଜୋନି ବେୟାରଷ୍ଟୋ ୨୯ ବଲରୁ ୬୬ ରନର ଦମଦାର ଇନିଂସ ଖେଳିଥିଲେ। ବେଙ୍ଗାଲୁରୁ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।  ହସରଙ୍ଗା ୧୫ ରନ ଦେଇ ୨ ଏବଂ ହର୍ଷଲ ପଟେଲ୍ ୩୪ ରନ ଦେଇ ୪ ଓ୍ଵିକେଟ୍ ନେଇଛନ୍ତି। ଜୋସ୍ ହେଜେଲଉଡ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୬୪ ରନ ଦେଇ କୌଣସି ସଫଳତା ପାଇ ନାହାନ୍ତି।

ଜବାବରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୫ ରନ କରିଛି। ପଞ୍ଜାବ ବୋଲରଙ୍କ ଉଚିତ୍ ମୁକାବିଲା କରିପାରିନଥିଲେ ବେଙ୍ଗାଲୁରୁ ବ୍ୟାଟସମ୍ୟାନ। ଗ୍ଲେନ ମ୍ୟାକ୍ସଓ୍ଵେଲ ସର୍ବାଧିକ ୩୫ ରନ କରିଥିବା ବେଳେ ରଜତ ପାଟିଦାର ୨୬, ବିରାଟ କୋହଲି ୨୦ ରନ କରିଥିଲେ। ପଞ୍ଜାବ ପକ୍ଷରୁ କାଗିସୋ ରାବଡା ୨୧ ରନ ଦେଇ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଋଷି ଧାଓ୍ଵନ  ଏବଂ ରାହୁଲ ଚହର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।



from Prameya News7 https://ift.tt/DxG5wFn
ବେଙ୍ଗାଲୁରୁକୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ, ପ୍ଲେ  ଅଫ ଆଶା ଉଜ୍ଜିବୀତ ବେଙ୍ଗାଲୁରୁକୁ ୫୪ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ, ପ୍ଲେ  ଅଫ ଆଶା ଉଜ୍ଜିବୀତ Reviewed by SUBHENDU BARAL on May 13, 2022 Rating: 5

No comments:

Powered by Blogger.