କରଞ୍ଜିଆ ୦୭।୦୫: କାଳବୈଶାଖୀର ତାଣ୍ଡବଲୀଳା । ବଜ୍ରପାତରେ ହୁତୁହୁତୁ ହୋଇ ଜଳିଗଲା ନଡ଼ିଆ ଗଛ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ କୁମ୍ଭlରପଣ୍ଡୁଗଣ୍ଡି ଗାଁର ଦେଖିବାକୁ ମିଳିଛି ଏପରି କିଛି ଘଟଣା ।
ଖବର ଅନୁଯାୟୀ, ଗାଁର ସୁରେନ୍ଦ୍ର ମହାନ୍ତଙ୍କ ଘର ସମ୍ମୁଖରେ ଥିବା ନଡ଼ିଆ ଗଛଟି ବିଳମ୍ବିତ ରାତିରେ ହୋଇଥିବା ବଜ୍ରପାତରେ ହୁତୁହୁତୁ ହୋଇ ଜଳି ଜଳିଯାଇଥିବା ଦେଖିବାକୁ ମିଳିଛି l ଗତରାତିରେ ପରିବାର ଲୋକେ ଘର ସମ୍ମୁଖରେ ଥିବା ନଡ଼ିଆ ଗଛରେ ନିଆଁ ଲାଗି ଗଛରୁ ନିଆଁ ଝୁଲ ଖସୁଥିବା ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ତେବେ ଏପରି ଘଟଣା ଏ ଅଞ୍ଚଳରେ ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
from Prameya News7 https://ift.tt/x1zGLyU
କାଳବୈଶାଖୀର ତାଣ୍ଡବଲୀଳା, ବଜ୍ରପାତରେ ହୁତୁହୁତୁ ହୋଇ ଜଳିଗଲା ନଡ଼ିଆ ଗଛ
Reviewed by SUBHENDU BARAL
on
May 06, 2022
Rating:

No comments: