ଜମ୍ମୁ କାଶ୍ମୀର : ବାରାମୂଲା ମଦ ଦୋକାନରେ ଆତଙ୍କୀ ଆକ୍ରମଣ; ଜଣେ ମୃତ ୩ ଆହତ

ଶ୍ରୀନଗର ୧୭/୦୨ : ଜାମ୍ମୁ କାଶ୍ମୀରର ବାରାମୂଲା ଜିଲ୍ଲାରେ ଥିବା ଏକ ମଦ ଦୋକାନରେ ମଙ୍ଗଳବାର ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ବାରାମୂଲାରେ ଯେଉଁ ଅଞ୍ଚଳରେ ମଦ ଦୋକାନ ଉପରେ ଆକ୍ରମଣ ହୋଇଛି ସେହି ଅଞ୍ଚଳକୁ ବହୁତ ସୁରକ୍ଷିତ ଅଞ୍ଚଳ ବୋଲି କୁହାଯାଏ ।  

ସୁରକ୍ଷା ଅଧିକାରୀ କହିଛନ୍ତି ଆତଙ୍କବାଦୀମାନେ ପାଖାପାଖି ରାତି ୮: ୩୦ ସମୟରେ କୋଟେ ରୋଡରେ ଥିବା ମଦ ଦୋକାନ ଉପରେ ଆକ୍ରମଣ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ ଜିଲ୍ଲାର ଦିୱାନ ବାଗ ଅଞ୍ଚଳରେ ଘଟିଛି। ଏହି ଘଟଣାର ପୁରା ସୂଚନା ମିଳିନାହିଁ। ଆକ୍ରମଣ ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେଠାରେ ସୁରକ୍ଷାକର୍ମୀମାନେ ତଲାସି ଅଭିଯାନ ଆରମ୍ଭ କରିଛନ୍ତି ।  

ଯେଉଁ ଅଞ୍ଚଳରେ ଆକ୍ରମଣ ହୋଇଛି ସେହି ଆଖପାଖ ଅଞ୍ଚଳରେ ବାରାମୂଲାର ପୋଲିସର ଡିଆଇଜି, ଏସଏସପି ଓ ଉଚ୍ଚସ୍ତରୀୟ ସେନାଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏହି ଘଟଣାର ସମ୍ୱନ୍ଧୀୟ ସମ୍ପୂର୍ଣ ସୂଚନା ଖବର ପାଇଁ ମିଳିପାରି ନାହିଁ।  



from Prameya News7 https://ift.tt/6e7JGpZ
ଜମ୍ମୁ କାଶ୍ମୀର : ବାରାମୂଲା ମଦ ଦୋକାନରେ ଆତଙ୍କୀ ଆକ୍ରମଣ; ଜଣେ ମୃତ ୩ ଆହତ ଜମ୍ମୁ କାଶ୍ମୀର : ବାରାମୂଲା ମଦ ଦୋକାନରେ ଆତଙ୍କୀ ଆକ୍ରମଣ; ଜଣେ ମୃତ ୩ ଆହତ Reviewed by SUBHENDU BARAL on May 17, 2022 Rating: 5

No comments:

Powered by Blogger.