ଓଭର ବ୍ରିଜ ତଳକୁ ଖସିଲା ବସ୍‌; ଏକାଧିକ ଯାତ୍ରୀ ଗୁରୁତର   

ଯାଜପୁର ୦୭/୦୫ :  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ବଡ଼ଚଣା ଥାନା ପାଖରେ ଏକ ଯାତ୍ରୀ ବାହି ବସ୍‌ ଓଭରବ୍ରିଜରୁ ତଳକୁ ଖସି ପଡ଼ିଛି।

ଜୟ ଦୁର୍ଗା ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ଯଶୀପୁରକୁ ଯାଉଥିଲା । ଏଥିରେ ୪୦ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ୪୦ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ପାଖରେ ଥିବା ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶୀକାର ହୋଇଥିବା ବସ୍‌ ଚାଳକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।



from Prameya News7 https://ift.tt/ZolejVM
ଓଭର ବ୍ରିଜ ତଳକୁ ଖସିଲା ବସ୍‌; ଏକାଧିକ ଯାତ୍ରୀ ଗୁରୁତର    ଓଭର ବ୍ରିଜ ତଳକୁ ଖସିଲା ବସ୍‌; ଏକାଧିକ ଯାତ୍ରୀ ଗୁରୁତର    Reviewed by SUBHENDU BARAL on May 07, 2022 Rating: 5

No comments:

Powered by Blogger.