ଜମିବାଡ଼ିକୁ କେନ୍ଦ୍ର କରି ଡବଲ ମର୍ଡର, ବାପା-ପୁଅ ମୃତ Satyendu Shekher Mishra

ଜମିବାଡ଼ି ବିବାଦରୁ ଡବଲ ମର୍ଡର ବାପ-ପୁଅଙ୍କୁ କଟୁରୀରେ ହାଣି ନୃଶଂସ ହତ୍ୟା । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନିଆ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଳହରୁ ରୁହୁନିଆ ଗାଁର ଦେବ ସିନ୍ଧିରିଆ ତାଙ୍କ ପୁଅ ରତନ ସିନ୍ଧିରିଆ ଓ ବୋହୁ ସୁକାନ୍ତି ସିନ୍ଧିରିଆଙ୍କୁ ଆକ୍ରମଣ କରିଥିଲେ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆ ।

ଫଳରେ ଘଟଣାସ୍ଥଳରେ ବେଦ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ପୁଅ ବୋହୁଙ୍କୁ ଗୁୁରତର ଅବସ୍ଥାରେ ବରଗଡ଼ ମେଡିକାଲ ଓ ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପୁଅ ରତନ ସିନ୍ଧିରିଆଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଗାଁ ଦାଣ୍ଡରେ ଦେବଙ୍କ ମୃତଦେହ ପଡ଼ିରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳରୁ ଜଣେ ହତ୍ୟାକାରୀ ଅମିଲ ସିନ୍ଧିରିଆ ପୋଲିସ ହାତରେ ଧରାପଡ଼ିଥିବା ବେଳେ କମିଲ ସିନ୍ଧିରିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/bgFiuf2
ଜମିବାଡ଼ିକୁ କେନ୍ଦ୍ର କରି ଡବଲ ମର୍ଡର, ବାପା-ପୁଅ ମୃତ Satyendu Shekher Mishra ଜମିବାଡ଼ିକୁ କେନ୍ଦ୍ର କରି ଡବଲ ମର୍ଡର, ବାପା-ପୁଅ ମୃତ Satyendu Shekher Mishra Reviewed by SUBHENDU BARAL on April 21, 2022 Rating: 5

No comments:

Powered by Blogger.